ଓଡିଶା

odisha

ETV Bharat / state

ସମ୍ବଲପୁରରେ ଗୋହତ୍ୟା ଓ ଚାଲାଣ ରୋକିବାକୁ ବିଜେପିର ଦାବିପତ୍ର - ସମ୍ବଲପୁର ଜିଲ୍ଲା ଖବର

ସମ୍ବଲପୁର ସହରରେ ଅବାଧ ଚାଲିଛି ଗୋଚାଳାଣ ଓ ଗୋହତ୍ୟା। ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ଜିଲ୍ଲା ବିଜେପି । ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ଚେତାବନୀ । ଅଧିକ ପଢନ୍ତୁ...

ସମ୍ବଲପୁରରେ ଗୋହତ୍ୟା ଓ ଚାଲାଣ ରୋକିବାକୁ ବିଜେପିର ଦାବିପତ୍ର
ସମ୍ବଲପୁରରେ ଗୋହତ୍ୟା ଓ ଚାଲାଣ ରୋକିବାକୁ ବିଜେପିର ଦାବିପତ୍ର

By

Published : Jul 5, 2021, 8:26 PM IST

ସମ୍ବଲପୁର: ଜିଲ୍ଲାରେ ବେଆଇନ ଭାବେ ଚାଲିଥିବା ଗୋହତ୍ୟା ଓ ଗୋଚାଲାଣ ବନ୍ଦ ଦାବିରେ ଆଜି ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ସମ୍ବଲପୁରରେ ଗୋହତ୍ୟା ଓ ଚାଲାଣ ରୋକିବାକୁ ବିଜେପିର ଦାବିପତ୍ର

ବିଜେପି କରିଥିବା ଅଭିଯୋଗ ଅନୁସାରେ ସହର ଧନୁପାଲି ଥାନା ଅଞ୍ଚଳରେ ବେଆଇନ ଭାବେ ଗୋହତ୍ୟା ଓ ଗୋଚାଲାଣ ଚାଲିଛି । ପ୍ରତ୍ୟେକ ଦିନ ସହରର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ନିୟମିତ ଗୋହତ୍ୟା କରାଯାଉଛି । ବାରମ୍ବାର ଦାବି ଓ ଅଭିଯୋଗ ସତ୍ତ୍ବେ ମଧ୍ୟ ଏହି ପ୍ରସଙ୍ଗକୁ ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେଉନଥିବା ଅଭିଯୋଗ କରିଛି ଦଳ । ଏହିପରି ସ୍ଥିତି ଜାରି ରହିଲେ ଆଗାମୀ ଦିନରେ ଅପ୍ରୀତିକର ପରିବେଶ ସୃଷ୍ଟି ହେବ ବୋଲି ଚେତାବନୀ ଦେଇଛି ଦଳ ।

ଆଜିର ରହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ, ରେଙ୍ଗାଲି ବିଧାୟକ ନାଉରୀ ନାଏକ,କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାଏକ ,ବିଜେପି ମିଡ଼ିଆ ପ୍ରଭାରୀ ମାନସ ବକ୍ସିଙ୍କ ସହିତ ବହୁ ବିଜେପି ନେତା ଓ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details