ଓଡିଶା

odisha

Sambalpur Politics: ଜିଲ୍ଲାରେ ବଳ ଗୋଟାଉଛି ବିଜେଡି, ଚାଲିଛି କ୍ଷେତ୍ର ପ୍ରସ୍ତୁତି

ସମ୍ବଲପୁର, ପଶ୍ଚିମ ଓଡିଶାର ସାଂସ୍କୃତିକ, ବୈଷୟିକ, ପ୍ରଶାସନିକ ତଥା ରାଜନୈତିକ ପ୍ରାଣକେନ୍ଦ୍ର । ଏହାସହ ଏହାର ଐତିହାସିକ ଗୁରୁତ୍ବ ମଧ୍ୟ ରହିଛି । ତେଣୁ ଏହି ଜିଲ୍ଲାରେ କୌଣସି ରାଜନୈତିକ ଦଳର ସ୍ଥିତି ସମଗ୍ର ପଶ୍ଚିମ ଓଡିଶାକୁ ପ୍ରଭାବିତ କରିପାରେ ବୋଲି ଚର୍ଚ୍ଚା ହୁଏ । ତେବେ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ବରେ ବିଜେପି ସମ୍ବଲପୁରରେ ସବୁବେଳେ ଦୃଢ଼ ସ୍ଥିତିରେ ଥିବାବେଳେ ସମ୍ବଲପୁର ଲୋକସଭା ସିଟ ଗତ ଥର ବିଜେପି ହାତକୁ ଯାଇଥିଲା । ଅଧିକ ପଢନ୍ତୁ

By

Published : Jun 25, 2023, 11:57 AM IST

Published : Jun 25, 2023, 11:57 AM IST

ଜିଲ୍ଲାରେ ବଳ ଗୋଟାଉଛି ବିଜେଡି, ଚାଲିଛି କ୍ଷେତ୍ର ପ୍ରସ୍ତୁତି
ଜିଲ୍ଲାରେ ବଳ ଗୋଟାଉଛି ବିଜେଡି, ଚାଲିଛି କ୍ଷେତ୍ର ପ୍ରସ୍ତୁତି

ଜିଲ୍ଲାରେ ବଳ ଗୋଟାଉଛି ବିଜେଡି, ଚାଲିଛି କ୍ଷେତ୍ର ପ୍ରସ୍ତୁତି

ସମ୍ବଲପୁର: ଆଗକୁ ସାଧରଣ ନିର୍ବାଚନ ଥିବାବେଳେ ଏବେଠୁ ବଳ ଗୋଟେଇବା ଆରମ୍ଭ କରିଛି ଶାସକ ବିଜେଡି । ପଶ୍ଚିମ ଓଡିଶାକୁ ଫୋକସ କରି ପ୍ରମୁଖ ବିରୋଧୀ ଦଳର ଜାତୀୟ ତଥା ରାଜ୍ୟସ୍ତରୀୟ ଶୀର୍ଷ ନେତୃତ୍ବ ବିଭିନ୍ନ କାର୍ଯ୍ୟକ୍ରମ କରିଥିବା ବେଳେ, ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ସମ୍ବଲପୁରରେ ନିଜର ସ୍ଥିତି ସୁଦୃଢ କରିବା ଆରମ୍ଭ କରିଛି ବିଜେଡି । ମୁଖ୍ୟତଃ ଗତ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନ ସହ ସମ୍ବଲପୁର ଜିଲ୍ଲାର 4ଟି ବିଧାନସଭା ଆସନରୁ 2ଟିରେ ବିଜେପି ବାଜିମାତ କରିବା ପରେ ଏଥର କିପରି ଦଳ ସମ୍ବଲପୁର ତଥା ପଶ୍ଚିମ ଓଡିଶାରେ ନିଜର ଶକ୍ତି ବୃଦ୍ଧି କରିବ ସେନେଇ ଏବେଠୁ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ବିଭିନ୍ନ ସଂଗଠନମାନଙ୍କୁ ଧରି ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ନିଜର ସ୍ଥିତି ଜାହିର କରିବା ସହ କ୍ଷେତ୍ର ପ୍ରସ୍ତୁତ କରିବାରେ ଲାଗିପଡିଛି l

ସମ୍ବଲପୁର, ପଶ୍ଚିମ ଓଡିଶାର ସାଂସ୍କୃତିକ, ବୈଷୟିକ, ପ୍ରଶାସନିକ ତଥା ରାଜନୈତିକ ପ୍ରାଣକେନ୍ଦ୍ର । ଏହାସହ ଏହାର ଐତିହାସିକ ଗୁରୁତ୍ବ ମଧ୍ୟ ରହିଛି । ତେଣୁ ଏହି ଜିଲ୍ଲାରେ କୌଣସି ରାଜନୈତିକ ଦଳର ସ୍ଥିତି ସମଗ୍ର ପଶ୍ଚିମ ଓଡିଶାକୁ ପ୍ରଭାବିତ କରିପାରେ ବୋଲି ଚର୍ଚ୍ଚା ହୁଏ । ତେବେ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ବରେ ବିଜେପି ସମ୍ବଲପୁରରେ ସବୁବେଳେ ଦୃଢ଼ ସ୍ଥିତିରେ ଥିବାବେଳେ ସମ୍ବଲପୁର ଲୋକସଭା ସିଟ୍ ଗତ ଥର ବିଜେପି ହାତକୁ ଯାଇଥିଲା । ତେଣୁ ବର୍ତ୍ତମାନଠୁ ସମ୍ବଲପୁରରେ ବିଜେପିକୁ ଚେକ ଦେବା ପାଇଁ ବିଜେଡି ବଡ଼ ବଡ଼ ତୁଙ୍ଗ ନେତାଙ୍କ ବାରମ୍ବାର ଗସ୍ତ ହେଉଥିବାର ଦେଖିବାକୁ ମିଳୁଛି । ସମ୍ବଲପୁରକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାରମ୍ବାର ଗସ୍ତ ହେଉଥିବା ବେଳେ ଏବେ ସମ୍ବଲପୁରରେ ପଶ୍ଚିମ ଓଡିଶାର ପ୍ରମୁଖ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ସୁଶାନ୍ତ ସିଂଙ୍କ ଗସ୍ତ ଦେଖିବାକୁ ମିଳିଛି ।

ଗତ 23 ତାରିଖରେ ସମ୍ବଲପୁରରେ ପଶ୍ଚିମ ଓଡିଶା ଜେସିବି ଚାଳକ ସଙ୍ଘର ବାର୍ଷିକ ଉତ୍ସବ ଥିବାବେଳେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ, ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ, ଜିଲ୍ଲା ଯୁବ ବିଜେଡି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର ପ୍ରମୁଖଙ୍କ ସହ ଯୁବ ବହୁ ବିଜେଡି ନେତା ସାମିଲ ହୋଇଥିଲେ । ସବୁଠାରୁ ବଡ଼ କଥା ହେଲା ସମ୍ବଲପୁର ଜିଲ୍ଲା ଯୁବ ବିଜେଡିର ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର ପଶ୍ଚିମ ଓଡିଶା ଜେସିବି ଚାଳକ ସଙ୍ଘର ଚିଫ ଏକଜିକ୍ୟୁଟିଭ ମେମ୍ବର ପଦରେ ଥିବାବେଳେ ସଂଘ ସହ ତାଙ୍କର ଭଲ ପକଡ଼ ଥିବା ଚର୍ଚ୍ଚା ହେଉଛି ।

ଏହି ସଂଘର ପଶ୍ଚିମ ଓଡିଶାର ସବୁ ଜିଲ୍ଲା ସହ ମୋଟ 13ଟି ଜିଲ୍ଲାରେ ପ୍ରାୟ 4 ହଜାର ସଦସ୍ୟ ଥିବାବେଳେ ବିଜେଡି ସମ୍ବଲପୁର ଜିଲ୍ଲା ବିଜେଡି ଯୁବ ସଭାପତିଙ୍କୁ ଧରି ପଶ୍ଚିମ ଓଡିଶାରେ ନିଜର ଶକ୍ତି ବୃଦ୍ଧି କରିପାରେ ବୋଲି ଚର୍ଚ୍ଚା ହେଉଛି । ଜେସିବି ସଂଘର ସଭାପତିଙ୍କ ସହ ଅନ୍ୟ ପ୍ରମୁଖ ନେତାମାନେ ମଧ୍ୟ ଖୋଲାଖୋଲି ଭାବେ ସମ୍ବଲପୁର ଯୁବ ବିଜେଡି ସଭାପତିଙ୍କୁ ପ୍ରଶଂସାରେ ପୋତି ପକାଉଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ ପଶ୍ଚିମ ଓଡିଶା ଜେସିବି ଚାଳକ ସଂଘର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ସୁଶାନ୍ତ ସିଂ ଓ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ ବେଶ ଖୁସି ଥିବା ଦେଖିବାକୁ ମିଳିଛି । ଆଗାମୀ ଦିନରେ ସଂଘର ସବୁ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଠାରେ ଦାବି ଉପସ୍ଥାପନାରେ ସହାୟତା ମଧ୍ୟ କରାଯିବ ବୋଲି ବିଜେଡି ନେତା କହିଛନ୍ତି । ଏଭଳି ସ୍ଥିତିରେ ବର୍ତ୍ତମାନ ବିଜେଡି ନିଜର ଶକ୍ତି ବୃଦ୍ଧି କରୁଥିବା ଦେଖିବାକୁ ମିଳିଛି ।

ଆଗାମୀ ବର୍ଷ ଅଥବା ଚଳିତ ବର୍ଷ ଶେଷ ଆଡକୁ ସାଧରଣ ନିର୍ବାଚନ ହୋଇପାରେ ବୋଲି ରାଜନୀତି ବିଶ୍ଳେଷକମାନେ ଆକଳନ କରୁଥିବା ବେଳେ ବିଜେଡିର ଏହି ରାଜନୈତିକ କ୍ଷେତ୍ର ପ୍ରସ୍ତୁତି ଆଗକୁ ନିଶ୍ଚୟ ସହାୟକ ହେବା ନେଇ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details