ସମ୍ବଲପୁର:ଜିଲ୍ଲାରେ ଆସନ୍ତା ୨୫ ତାରିଖରୁ ଧାନସଂଗ୍ରହ କରାଯିବ । ଏଥିନିମନ୍ତେ ମଣ୍ଡି ଖୋଲିବାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ । କିନ୍ତୁ ଧାନସଂଗ୍ରହ ପୁର୍ବରୁ କିଛି ଅସାଧୁ ମିଲ ମାଲିକ ନିର୍ଦ୍ଧାରିତ ମୂଲ୍ୟରୁ କମ ଦାମରେ ଧାନ କିଣି ବେଆଇନ ଭାବରେ ଗଚ୍ଛିତ ରଖୁଥିବା ଅଭିଯୋଗ ହୋଇଛି । ଏପରି ବେଆଇନ ଭାବରେ ଧାନ ନେଇ ମିଲକୁ ଯାଉଥିବା ସମୟରେ ୯ ଗୋଟି ଗାଡିକୁ ଅଟକାଇଲେ ଚାଷୀ ।
ସମ୍ବଲପୁର ଜିଲ୍ଲାରେ ଧାନସଂଗ୍ରହକୁ ଆଉ ଅଳ୍ପଦିନ ବାକି । ମାତ୍ର ମୁନାଫାଖୋର ଧାନ ଦଲାଲ ଓ ଅସାଧୁ ମିଲ ମାଲିକଙ୍କ ମଧୁଚନ୍ଦ୍ରିକାରେ କିପରି ବେଆଇନ ଭାବରେ ଧାନ ମିଲରେ ଗଚ୍ଛିତ କରାଯାଏ ତାହାର ଚିତ୍ର ଏବେ ସାମନାକୁ ଆସିଛି ।
ସମ୍ବଲପୁର ଚାଉରପୁର ନିକଟରେ ଥିବା ୩ ଗୋଟି ମିଲକୁ ବେନିୟମ ଭାବରେ ଧାନ ନେଇ ଯାଉଥିବା ଓ ମିଲ ଭିତରେ ଧାନ ଲୋଡ କରି ରଖାହୋଇଥିବା ୯ ଗୋଟି ଗାଡିକୁ ସ୍ଥାନୀୟ ଚାଷୀ ମାନେ ଧରିଛନ୍ତି । ଚାଷୀଙ୍କ ଅଭିଯୋଗ ହେଲା ଜିଲ୍ଲା ସ୍ତରୀୟ ଧାନସଂଗ୍ରହ କମିଟି ବୈଠକରେ ନିଷ୍ପତ୍ତି ମୁତାବକ ୨୫ ତାରିଖରୁ ଧାନମଣ୍ଡି ଖୋଲିବ । ତେବେ ଜିଲ୍ଲାର ଚାଷୀଙ୍କ ଶୀଘ୍ର ଧାନମଣ୍ଡି ଖୋଲିବା ଦାବିକୁ ପ୍ରଶାସନ ଅଣଦେଖା କରି ନିଜ ଇଚ୍ଛା ମୁତାବକ ମିଲରଙ୍କୁ ସୁହାଇବା ଭଳି ତାରିଖ ଧାର୍ଯ୍ୟ କରିଥିବା ଅଭିଯୋଗ ହୋଇଥିଲା । ତେଣୁ ଏଭଳି ପରିସ୍ଥିତି ଉପୁଜିଥିବା ଚାଷୀ ଅଭିଯୋଗ କରିଛନ୍ତି l