ଓଡିଶା

odisha

ETV Bharat / state

ଗୋ ଚାଲାଣ-ଗୋହତ୍ୟା ରୋକିବା ପାଇଁ ବଜରଙ୍ଗ ଦଳର ଦାବିପତ୍ର - sambalpur district news

ଆଜି ସମ୍ବଲପୁର ବଜରଙ୍ଗ ଦଳ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଗୋହତ୍ୟା ନିଷେଧ ସହ ଚାଲାଣ ରୋକିବା ପରି ଏକାଧିକ ଦାବି ଉଲ୍ଲେଖ ଥିବା ସୂଚନା । ଅଧିକ ପଢନ୍ତୁ...

ଗୋ ଚାଲାଣ ଓ ଗୋହତ୍ୟା ରୋକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଜରଙ୍ଗ ଦଳର ଦାବିପତ୍ର
ଗୋ ଚାଲାଣ ଓ ଗୋହତ୍ୟା ରୋକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଜରଙ୍ଗ ଦଳର ଦାବିପତ୍ର

By

Published : Jun 17, 2021, 11:00 PM IST

ସମ୍ବଲପୁର : ଆଜି ସମ୍ବଲପୁର ବଜରଙ୍ଗ ଦଳ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସମ୍ବଲପୁର ସହରରେ ହେଉଥିବା ଗୋହତ୍ୟା, ଗୋଚାଲାଣ ରୋକିବା ଆଦି 7 ଦଫା ଦାବି ବିଶିଷ୍ଟ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

ଗୋଚାଲାଣ ଓ ଗୋହତ୍ୟା ରୋକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଜରଙ୍ଗ ଦଳର ଦାବିପତ୍ର

ରାଜ୍ୟରେ ଗୋହତ୍ୟା ବନ୍ଦ କରିବାକୁ ଆଇନ ପ୍ରସ୍ତୁତ କରିବା । ଗୋ ଚାଲାଣ ରୋକିବାକୁ ଜିଲ୍ଲା ଗୁଡ଼ିକରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରିବା, ଗୋ ଚାଲାଣ କରୁଥିବା ଅପରାଧୀଙ୍କୁ ଧରି ରାଷ୍ଟ୍ରୀୟ ସୁରକ୍ଷା ଆଇନ ଅନୁଯାୟୀ ଦଣ୍ଡିତ କରିବା, ଗୋରକ୍ଷକମାନଙ୍କ ଉପରେ ଥିବା ମିଥ୍ୟା କେଶ ରଦ୍ଦ କରିବା ,ପ୍ରତି ଜିଲ୍ଲାରେ ଗୋଶାଳା ପ୍ରତିଷ୍ଠା କରିବା, ଗୋ ଆଧାରିତ ଶିଳ୍ପ ପାଇଁ ତାଲିମ ଓ ଆର୍ଥିକ ପ୍ରୋତ୍ସାହନ ଯୋଗାଇବା ଆଦି ଦାବି ନେଇ ଆଜି ସମ୍ବଲପୁର ବଜରଙ୍ଗ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି ।ଏନେଇ ରାଜ୍ୟ ସରକାର ଶୀଘ୍ର ପଦକ୍ଷେପ ନନେଲେ ଆଗାମୀ ଦିନରେ ବଜରଙ୍ଗ ଦଳ ପକ୍ଷରୁ ସମ୍ବଲପୁରରେ ବଡ଼ ଧରଣର ଆନ୍ଦୋଳନ ହେବା ନେଇ ଚେତାବନୀ ଦେଇଛି ଦଳ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details