ସମ୍ବଲପୁର:ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲି ଗାଁର ଶ୍ରୀରାମ ପଡିଆ ସ୍ଥିତ ଏକ ପରିତ୍ୟକ୍ତ ବୋରୱେଲରେ ନବଜାତକ ଶିଶୁ କନ୍ୟାକୁ ଫିଙ୍ଗି ଦେବା ଘଟଣା l ଗତକାଲି ନବଜାତକ ଶିଶୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ସହିତ ଚିକିତ୍ସା ପାଇଁ ବୁର୍ଲା ଭୀମସାର ମେଡିକାଲ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ପତିକ୍ରିୟା ରଖିଛନ୍ତି ବୁର୍ଲା ଭୀମସାର ମେଡିକାଲର ଅଧିକ୍ଷକ ଲାଲମୋହନ ନାୟକ । ଏହାସହ ପୋଲିସ ମଧ୍ୟ ଛାନଭିନ ଆରମ୍ଭ କରିଥିବା ସୂଚନା ମିଳିଛି ।
ଭୀମସାର ଅଧିକ୍ଷକ ଲାଲମୋହନ ନାୟକ କହିଛନ୍ତି," ବୋରୱେଲରୁ ନବଜାତକ ଶିଶୁ କନ୍ୟାକୁ ଉଦ୍ଧାର କରାଯିବା ପରେ ଗତକାଲି ରାତି ପ୍ରାୟ 11.30 ମିନିଟ ସମୟରେ ବୁର୍ଲା ମେଡିକାଲକୁ ଅଣାଯାଇଥିଲା । ବୁର୍ଲା ମେଡିକାଲ ଏସଏନସିୟୁ ୱାର୍ଡରେ ତାକୁ ରଖାଯାଇଛି । ବର୍ତ୍ତମାନ ତାର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । କିନ୍ତୁ ତାର ଶରୀର ଗୋଡ ଓ ହାତରେ ଆଘାତ ଲାଗିଛି । ଶିଶୁ କନ୍ୟାଟି ସମୟ ପୂର୍ବରୁ ଜନ୍ମ ହୋଇଥିବା ବେଳେ ତାର ଓଜନ 1 କେ.ଜି 600 ଗ୍ରାମ ରହିଛି l"
ସେ ଆହୁରି ମଧ୍ୟ କହିଛନ୍ତି,"ମେଡିକାଲକୁ ଆଣିବା ସମୟରେ ଶିଶୁ କନ୍ୟାର ଶରୀରର ତାପମାତ୍ରା କମ୍ ରହିଥିଲା ଓ ସେ ଦୁର୍ବଳ ପରିଲକ୍ଷିତ ହେଉଥିଲା । ବର୍ତ୍ତମାନ ବୁର୍ଲା ମେଡିକାଲର ଏକ ପାଞ୍ଚ ଜଣିଆ ଡାକ୍ତରୀ ଦଳ ଶିଶୁ କନ୍ୟାର ଚିକିତ୍ସା ଜାରି ରଖିଛନ୍ତି । ଆଗାମୀ 3 ରୁ 4 ଦିନ ମଧ୍ୟରେ ନବଜାତକ ଶିଶୁ କନ୍ୟାର ଜଣ୍ଡିସ ଓ ସେଫଟିସେମିଆ ପରି ସମସ୍ୟା ଦେଖା ଯାଇପାରେ l"
ଏହା ମଧ୍ୟ ପଢନ୍ତୁ .....ଜିତିଲା ଜୀବନ, ବୋରୱେଲରୁ ନବଜାତ ଶିଶୁ ଉଦ୍ଧାର; ପ୍ରତିଟି ଜୀବନ ମୂଲ୍ୟବାନ କହିଲେ ମୁଖ୍ୟମନ୍ତ୍ରୀ