ଓଡିଶା

odisha

ସଉକ ପାଇଁ ବାଇକ ଲୁଟ, ଜବତ ହେଲା 5 ବାଇକ

ଅଇଁଠାପାଲି ପୋଲିସ ହାତରେ ବାଇକ୍ ଲୁଟେରା । ଅଭିଯୁକ୍ତ ଠାରୁ ପୋଲିସ ଜବତ କରିଛି 5 ଟି ବାଇକ ।

By

Published : Jun 29, 2019, 12:10 AM IST

Published : Jun 29, 2019, 12:10 AM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଦୀର୍ଘ ଗୋଟିଏ ମାସର ଅକ୍ଲାନ୍ତ ପରିଶ୍ରମ ପରେ ଲଗାତାର ଚାଲିଥିବା ବାଇକ ଚୋରି ରାକେଟର ପର୍ଦ୍ଦାଫାସ କରିଛି ଅଇଁଠାପାଲି ପୋଲିସ । ଚୋରି ମୋଟର ସାଇକେଲ ମାଲିକଙ୍କ ଅଭିଯୋଗକୁ ଭିତ୍ତି କରି ଲୁଟେରାଙ୍କୁ ଧରିବାକୁ ଦୀର୍ଘ ଦିନରୁ ଜାଲ ବିଛାଇଥିଲା ପୋଲିସ । ଶେଷରେ ମଦନାବତୀ ସ୍କୁଲ ପାଖରେ ମୋଟର ସାଇକେଲ ଚୋରି କରୁଥିବା ବେଳେ ଧରା ପଡ଼ିଛି ଯୁଜୁମୁରା ବ୍ଲକ ଡଙ୍ଗର ପଡା ଅଂଚଳର 27 ବର୍ଷୀୟ ଅଭିଯୁକ୍ତ ଜୟରାମ ସାହୁ ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ସମ୍ବଲପୁର

ଏଥର ଶିତଳଷଷ୍ଠୀ ସମୟରେ ଅନେକ ମୋଟର ସାଇକେଲ ଚୋରି ହେବାର ଅଭିଯୋଗ ହୋଇଥିଲା । ପୋଲିସର ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲା ଏହି ମୋଟର ସାଇକେଲ ଲୁଟେରା ଗ୍ୟାଙ୍ଗ। ଶେଷରେ ଅଇଁଠାପାଲି ପୋଲିସ ତରଫରୁ ଏକ ଟିମ ଗଠନ କରାଯାଇଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ତା ପାଖରୁ 5 ଟି ମୋଟର ସାଇକେଲ ଜବତ କରିଛି । ଧରା ପଡିଥିବା 5 ଟି ଗାଡି ଅଇଁଠାପାଲି ଅଂଚଳର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ସଦର ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସବୁଠାରୁ ବଡ଼ କଥା ହେଲା ଅଭିଯୁକ୍ତ ଯୁବକ ଜୟରାମ ସାହୁ ଟଙ୍କା ପାଇଁ ବାଇକ ଚୋରି କରୁନଥିଲା ବରଂ ସଉକରେ ବାଇକ ଚୋରି କରୁଥିବା ଜଣା ପଡ଼ିଛି ।

ମୋଟର ସାଇକେଲ ଚୋରି କରି ଚିହ୍ନା ପରିଚୟ ଲୋକଙ୍କୁ ଚଳାଇବା ପାଇଁ ବିନା ପଇସାରେ ସେ ଦେଉଥିଲେ । ଯାହାକୁ ବାଇକ ଦେଇଥିଲା କାହାରି ଠାରୁ ଗୋଟିଏ ଟଙ୍କା ମଧ୍ୟ ନେଇ ନଥିବା ଜଣା ପଡ଼ିଛି । ଅଭିଯୁକ୍ତର କହିବାନୁଯାୟୀ ଯେଉଁ ବାଇକରେ ଚାବି ଲାଗିରହିଥିବ ସେହି ଗାଡି ନେଇ ଫେରାର ହୋଇଯାଏ ସେ । ସେହି ଗାଡି ଗୁଡିକୁ ଅନ୍ୟ ମାନଙ୍କୁ ମାଗଣାରେ ଦେଇ ଦିଏ ଚଲାଇବା ପାଇଁ। ମାଗଣାରେ ଗାଡି ଚଳାଇବାକୁ ନେଇଥିବା ଡଙ୍ଗରପଡାର ଦୟାନିଧି ପ୍ରଧାନ ଚୋରି ଗାଡି ରଖିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଆଗରୁ ଅଭିଯୁକ୍ତ ଜୟରାମ ନାମରେ ମୋବାଇଲ ଚୋରି ଅଭିଯୋଗ ରହିଥିବା କହିଛି ପୋଲିସ । ମେଟ୍ରିକ ପର୍ଯ୍ୟନ୍ତ ପଢିଥିବା ଏହି ଚୋର ଟିକିଏ ମାନସିକ ବିକାର ଗ୍ରସ୍ତ ବୋଲି ଜଣାପଡିଛି ।

ସମ୍ବଲପୁରରୁ ବାଦସାହା ଜୁଶମନ୍ତ ରଣା, ଇଟିଭି ଭାରତ

ABOUT THE AUTHOR

...view details