ଓଡିଶା

odisha

By ETV Bharat Odisha Team

Published : Sep 8, 2023, 7:43 AM IST

ETV Bharat / state

ଗୁଦୁଗୁଦା ଜଳପ୍ରପାତରେ ଅଘଟଣ, ଗାଧୋଇବା ବେଳେ ନିଖୋଜ ହୋଇଗଲେ ଆନ୍ଧ୍ର ଯୁବକ

ଛୁଟି ମନାଇବାକୁ ଆସି ଗୁଦୁଗୁଦା ଜଳପ୍ରପାତରେ ନିଖୋଜ ହୋଇଗଲେ ଆନ୍ଧ୍ର ଯୁବକ । ଅଧିକ ପଢନ୍ତୁ

Etv Bharat
Etv Bharat

ସମ୍ବଲପୁର: ଛୁଟି ମନାଇବାକୁ ଗୁଦଗୁଦା ଜଳପ୍ରପାତକୁ ବୁଲିବାକୁ ଆସିଥିଲେ । ହେଲେ ଘଟିଗଲା ଅଘଟଣ । ଗାଧେଇବାକୁ ଯାଇ ନିଖୋଜ ହୋଇଗଲେ ଯୁବକ । ନିଖୋଜ ଯୁବକ ହେଉଛନ୍ତି ଆନ୍ଧ୍ର ପ୍ରଦେଶର ସାଇନଗର ଅଞ୍ଚଳର କୋଳିଭିରା ହନୁମାନ ବୋଲି ଜଣାପଡିଛି । ସେ ଝାରସୁଗୁଡାରେ ଥିବା ଏକ କମ୍ପାନୀରେ ଚାକିରି କରନ୍ତି । ଖୋଜା ଖୋଜି ଜାରି ରହିଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ଯୁବକଙ୍କୁ ଉଦ୍ଧାର କରାଯାଇ ନାହିଁ । ଆଜି ଘଟଣା ସ୍ଥଳରେ ଓଡ୍ରାଫ ଟିମ ପହଞ୍ଚି ଜଳପ୍ରପାତରେ ସର୍ଚ୍ଚ ଅପରେସନ କରିବ।

ଏହା ମଧ୍ୟ ପଢନ୍ତୁ-ଜୀବନ ନେଲା ଫଟୋଗ୍ରାଫି ନିଶା, ଟୁଙ୍କି ଜଳପ୍ରପାତରେ ବୁଡିଗଲେ ଫଟୋଗ୍ରାଫର

କୁଚିଣ୍ଡା ବ୍ଲକ କୁସୁମୀ ପଞ୍ଚାୟତ ବଡବାହାଲରେ ଥିବା ଗୁଦୁଗୁଦାକୁ ଗୁରୁବାର 11 ଜଣ ସାଙ୍ଗ ମାନଙ୍କ ସହ ବୁଲିବାକୁ ଆସିଥିଲେ କୋଳିଭିରା ହନୁମାନ । ଏଠାରେ ପହଞ୍ଚିବା ପରେ କୁଣ୍ଡରେ ଗାଧୋଉଥିବା ବେଳେ ହଠାତ୍‌ କେଉଁ ଆଡେ ନିଖୋଜ ହୋଇଯାଇଥିଲେ । ଏନେଇ ଖବର ପାଇ କୁଚିଣ୍ଡା ଅଗ୍ନିଶମ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ସୁଦ୍ଧା ଯୁବକଙ୍କ କୌଣସି ପତ୍ତା ମିଳିପାରିନାହିଁ । କୁଚିଣ୍ଡା ପ୍ରଶାସନ ପକ୍ଷରୁ ଆଜି(ଶୁକ୍ରବାର) ପୁଣି ସର୍ଚ୍ଚ ଅପରେସନ ଜାରି ରହିବ । ଏନେଇ ଓଡ୍ରାଫ ଟିମକୁ ଖବର ଦିଆଯାଇଛି । ତେବେ ନିଖୋଜ ଯୁବକଙ୍କ ପରିବାର ଲୋକଙ୍କୁ ଏନେଇ ଖବର ଦିଆଯାଇଛି ନା ନାହିଁ ତାହା ଅସ୍ପଷ୍ଟ ରହିଛି ।

ଏହା ମଧ୍ୟ ପଢନ୍ତୁ-ସେଲ୍‌ଫି ହେଲା କାଳ, ଜଳପ୍ରପାତରେ ଗୋଡ ଖସି ଯୁବକ ନିଖୋଜ

ଗତ ଜୁଲାଇ ମାସରେ ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା ଅନ୍ତର୍ଗତ ଟୁଙ୍କି ଜଳପ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ମୃତକ ଜଣଙ୍କ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳର ଅମିତାଂଶୁ ବେହେରା । ସେ ତାଙ୍କ ସମ୍ପର୍କୀୟ ଓ ସାଙ୍ଗସାଥୀଙ୍କ ସହିତ ଜୁଲାଇ 29ରେ ଜଳପ୍ରପାତକୁ ବୁଲିବାକୁ ଯାଇଥିବା ବେଳେ ପ୍ରକୃତିର ଫଟୋ ଉଠାଉଥିଲେ । ସେହି ସମୟରେ ଅସାବଧାନତା ବଶତଃ ତାଙ୍କ ଗୋଡ଼ ଖସିଯିବାରୁ ଜଳପ୍ରପାତରେ ଖସି ପଡ଼ିଥିଲେ ଅମିତାଂଶୁ । ଏହା ଦେଖି ସଙ୍ଗେ ସଙ୍ଗେ ତାଙ୍କ ସମ୍ପର୍କୀୟ ମାନେ ସ୍ଥାନୀୟ ଲୋକଙ୍କୁ ଜଣାଇବା ପରେ ଅଗ୍ନିଶମ ବିଭାଗକୁ ମଧ୍ୟ ଖବର ଦେଇଥିଲେ । ଖବର ପାଇ ଖୁଣ୍ଟା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବହୁ ଚେଷ୍ଟା ପରେ ଜଳପ୍ରପାତ ମଧ୍ୟରୁ ଅମିତାଂଶୁଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details