ଓଡିଶା

odisha

ETV Bharat / state

ବୁର୍ଲାରେ ବେଆଇନ ମଦ ବିକ୍ରି ଅଭିଯୋଗ, ଭିଡିଓ ଭାଇରାଲ - ବେଆଇନ ମଦ ବିକ୍ରି

ବୁର୍ଲାରେ ସଂନ୍ଧ୍ୟା ସମୟରେ ଚାଲୁଛି ବେଆଇନ ମଦ ବିକ୍ରି । ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । କିଛି ଅସାଧୁ ଦୋକାନ ମାଲିକ ଓ କିଛି ଯୁବକଙ୍କ ସାହାଯ୍ୟରେ ଏଭଳି ବେଆଇନ କାମ କରୁଥିବାର ଭିଡିଓ ସାମ୍ନାକୁ ଆସିଛି ।

Allegations of illegal liquor sales in Burla in Lockdown, video viral
ଲକଡାଉନବେଳେ ବୁର୍ଲାରେ ବେଆଇନ ମଦ ବିକ୍ରି ଅଭିଯୋଗ, ଭିଡିଓ ଭାଇରାଲ

By

Published : Apr 19, 2020, 6:37 PM IST

Updated : Apr 19, 2020, 7:11 PM IST

ସମ୍ବଲପୁର: ବୁର୍ଲାରେ ସଂନ୍ଧ୍ୟା ହେଲେ ବିକ୍ରି ହେଉଛି ବେଆଇନ ମଦ। ଲକଡାଉନ ସମୟରେ ମଦ ବିକ୍ରୀ ଉପରେ କଟକଣା ଲାଗିଛି । କିନ୍ତୁ ବୁର୍ଲାରେ ଚଢା ଧରରେ ବିକ୍ରି ହେଉଛି ବିଦେଶୀ ମଦ। ଅନ୍ଧାରିଆ ସ୍ଥାନ ଗୁଡିକରେ ଗ୍ରାହକ ପହଞ୍ଚୁ ପହଞ୍ଚୁ କରାଯାଉଛି ହ୍ୟାଣ୍ଡ ଡେଲିଭରି। ଏହା କେବଳ ଚିହ୍ନା ପରିଚିତ ଗ୍ରାହକମାନଙ୍କୁ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି । ଏମିତି ଏକ ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା ଜଣାପଡିଛି। ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଏହି ଭିଡିଓଟି ବୁର୍ଲା ସହରର ବୋଲି ଚର୍ଚ୍ଚା ହେଉଛି।

ବୁର୍ଲାରେ ବେଆଇନ ମଦ ବିକ୍ରି ଅଭିଯୋଗ, ଭିଡିଓ ଭାଇରାଲ

ସମ୍ବଲପୁରର ଶିକ୍ଷା ଓ ସ୍ବାସ୍ଥ୍ୟ ସେବାର ସହର କୁହାଯାଉଥିବା ବୁର୍ଲାରେ ଚାଲିଛି ବେଆଇନ ମଦ ବିକ୍ରି କାରବାର। ଲକଡାଉନ ସମୟରେ ବୁର୍ଲାରେ ଚାଲିଛି ମଦର ହ୍ୟାଣ୍ଡ ଡେଲିଭରି । ଏମିତି ହେଉଥିବାର ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓକୁ ବୁର୍ଲା ସହର ବୋଲି ଲୋକେ କହୁଛନ୍ତି। ଲକଡାଉନରେ ମଦ ବିକ୍ରି ଉପରେ କଟକଣା ଥିବାବେଳେ ବୁର୍ଲାରେ ଏମିତି ବେଧଡକ ମଦବିକ୍ରି କାରବାର ଅବକାରୀ ଓ ପୋଲିସ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କିଛି ଅସାଧୁ ଦୋକାନ ମାଲିକ ଓ କିଛି ଯୁବକଙ୍କ ସାହାଯ୍ୟରେ ଏଭଳି ବେଆଇନ କାମ କରୁଥିବାର ଭିଡିଓ ସାମ୍ନାକୁ ଆସିଛି ।

ଏପଟେ ପାଟ୍ରୋଲିଂ ହେଉଥିଲେ ସୁଦ୍ଧା ପୋଲିସ ଟେର୍ ପାଉନି । ତେବେ ଅସଲ କଥା ଭାଇରାଲ ଭିଡିଓର ଯାଞ୍ଚ ହେବା ପରେ ଜଣାପଡିବ।

ସମ୍ବଲପୁରରୁ ବଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Apr 19, 2020, 7:11 PM IST

ABOUT THE AUTHOR

...view details