ଓଡିଶା

odisha

ETV Bharat / state

191 ଦିନ ପରେ ଖୋଲିବ ସମ୍ବଲପୁର କୋର୍ଟ

ଦୀର୍ଘ 191 ଦିନ ପରେ ଖୋଲିବ ସମ୍ବଲପୁର କୋର୍ଟ । ନିର୍ବାଚନ ପାଇଁ ଆନ୍ଦୋଳନରୁ ଓହରିଲେ ଓକିଲ ସଂଘ । ମାର୍ଚ୍ଚ 15 ଠାରୁ ନିର୍ବାଚନ ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ କୋହଳ ରଖାଯିବ ବୋଲି ବୁଧବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।

By

Published : Mar 13, 2019, 11:46 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: କୋହଳ ହେଲା ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଅନେକ ଦିନରୁ ଚାଲିଥିବା ଆନ୍ଦୋଳନ । ଦୀର୍ଘ 191 ଦିନ ପରେ ଖୋଲିବ ସମ୍ବଲପୁର କୋର୍ଟ । ନିର୍ବାଚନ ପାଇଁ ଆନ୍ଦୋଳନରୁ ଓହରିଲେ ଓକିଲ ସଂଘ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସୂଚନା ମୁତାବକ, ମାର୍ଚ୍ଚ 15 ଠାରୁ ନିର୍ବାଚନ ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ କୋହଳ ରଖାଯିବ ବୋଲି ବୁଧବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ତେବେ ମାର୍ଚ୍ଚ 15ରୁ କୋର୍ଟ ସାମୟିକ ଭାବରେ ଚାଲୁ ରହିବ । ଓକିଲମାନେ ଏଫିଡେଭିଟ ତଥା ଅନ୍ୟାନ୍ୟ କାମରେ ଯୋଗ ଦେବେ । ଏନେଇ ସମ୍ବଲପୁର ଠାରେ ଅନୁଷ୍ଠିତ ଏକ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସିଏ ସି ସଦସ୍ୟ ସୁରେଶ୍ବର ମିଶ୍ର ପ୍ରକାଶ କରିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details