ହାଇଦ୍ରାବାଦ: ସମ୍ବଲପୁର କୋର୍ଟ ଭିତରେ ବିଶୃଙ୍ଖଳା ଘଟଣାକୁ ନେଇ କଠୋର ହେଲା ବାର କାଉନସିଲ ଅଫ ଇଣ୍ଡିଆ ( Bar Council of India ) । ସମ୍ବଲପୁର ବାରର ୨୯ ଜଣ ଆଇନଜୀବୀଙ୍କ ଲାଇସେନ୍ସ ଦେଢ ବର୍ଷ (୧୮ ମାସ) ପାଇଁ ସସପେଣ୍ଡ କଲା BCI । ଲାଇସେନ୍ସ ସସପେଣ୍ଡ ନେଇ ପ୍ରେସ ରିଲିଜ ଜାରି କଲା ବାର କାଉନସିଲ ଅଫ ଇଣ୍ଡିଆ (BCI) ।
Action Against Advocates: ସମ୍ବଲପୁରର 29 ଓକିଲଙ୍କ ଲାଇସେନ୍ସ ସସପେଣ୍ଡ କଲା BCI - Action Against Advocates Bar Council of India
ସମ୍ବଲପୁର କୋର୍ଟ ଭିତରେ ବିଶୃଙ୍ଖଳା ଘଟଣାକୁ ନେଇ କଠୋର ହେଲା ବାର କାଉନସିଲ ଅଫ ଇଣ୍ଡିଆ ( Bar Council of India ) । ସମ୍ବଲପୁର ବାରର ୨୯ ଜଣ ଆଇନଜୀବିଙ୍କ ଲାଇସେନ୍ସ ଦେଢ ବର୍ଷ (୧୮ ମାସ) ପାଇଁ ସସପେଣ୍ଡ କଲା ପରିଷଦ । ଅଧିକ ପଢନ୍ତୁ
Etv Bharat
ଓକିଲ ଆନ୍ଦୋଳନକୁ ନେଇ ପୂର୍ବରୁ ସୁପ୍ରିମକୋର୍ଟ ଆନ୍ଦୋଳରତ ସମସ୍ତ ଓକିଲଙ୍କ ଲାଇସେନ୍ସ ରଦ୍ଦ ପାଇଁ ଦେଇଥିଲେ ନିର୍ଦ୍ଦେଶ । ଏହାସତ୍ତ୍ୱେ ବାର କାଉନସିଲ ଓଫ ଇଣ୍ଡିଆ କୌଣସି ପଦକ୍ଷେପ ନେଇନଥିଲେ । ତେବେ ଆଜି (ସୋମବାର) ସମ୍ବଲପୁର ଓକିଲ ସଂଙ୍ଘ ଆନ୍ଦୋଳରତ ଥିବା ବେଳେ କୋର୍ଟ ପରିସରରେ ଧସ୍ତାଧସ୍ତି ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ନେଇଛି BCI ।
ସେହିପରି ଅନ୍ୟାଦେଶ ପର୍ଯ୍ୟନ୍ତ ସମ୍ବଲପୁର ବାରର ସମସ୍ତ ଓକିଲଙ୍କ ଲାଇସେନ୍ସ ସାମୟିକ ଭାବେ ମଧ୍ୟ ସସପେଣ୍ଡ କରିଛି ବାର ।