ସମ୍ବଲପୁର: ସଦର ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରି ନିର୍ଯ୍ୟାତନା ଦେଉଥିବାର ଭିଡିଓ ଭାଇରାଲ ହେବା ଘଟଣା। ଏହି ଘଟଣାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ଶରତ ଚନ୍ଦ୍ର ସାହୁଙ୍କୁ ସମେତ 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ସମ୍ବଲପୁର ସଦର ଥାନା ପୋଲିସ।ଏନେଇ ଏକ ପ୍ରେସ ନୋଟ ଦେଇ ସମ୍ବଲପୁର ଜିଲ୍ଲା ପୋଲିସ ବିଭାଗ ତରଫରୁ ସୂଚନା ଦିଆଯାଇଛି।
ଯୁବକଙ୍କୁ ମାଡ଼ ମରା ଭିଡିଓ ଭାଇରାଲ ଘଟଣା, 6 ଗିରଫ - ସମ୍ବଲପୁର ସଦର ଥାନା ନିସ୍ତୁକ ମାଡ଼ ମାରି ନିର୍ଯ୍ୟାତନା ଦେଉଥିବାର ଭିଡିଓ ଭାଇରାଲ ହେବା ଘଟଣା
ସମ୍ବଲପୁର ସଦର ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରି ନିର୍ଯ୍ୟାତନା ଦେଉଥିବାର ଭିଡିଓ ଭାଇରାଲ ହେବା ଘଟଣା। ଘଟଣାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ସମେତ 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଧିକ ପଢନ୍ତୁ...
ଏ ଘଟଣାର ମୁଖ୍ୟ ଅଭିଯୁକ୍ତ ଶରତ ଚନ୍ଦ୍ର ସାହୁ ଯୁଜୁମୁରା ବ୍ଲକର ପୂବତନ ଚେୟାରମ୍ୟାନ ଅଟନ୍ତି ବୋଲି ପୋଲିସ କହିଛି। ସେ ଗୋଟିଏ ମାସ ତଳେ ନିଜର ହଜିଯାଇଥିବା ସୁନା ଚେନକୁ ଝାରଗୁଳୁଣ୍ଡା ଗାଁର ଅମରେଶ ଦୁଆନ ଚୋରି କରିଥିବା ସନ୍ଦେହ କରି ତାଙ୍କୁ ନିଜ ଫାର୍ମ ହାଉସ କୁ ଡାକି ଅନ୍ୟ 5 ଜଣ ସହଯୋଗୀ ଙ୍କ ସହ ନିସ୍ତୁକ ମାଡ଼ ମାରିଥିଲେ। ଘଟଣା ଟି ଗତ 31 ତାରିଖ ଅଅରାହ୍ଣ ସାଢେ 3 ଟା ରେ ଘଟିଥିଲା। ତେବେ ଏହି ଘଟଣା ର ଭିଡିଓ ଆଜି ଭାଇରାଲ ହେବା ପରେ ସମ୍ବଲପୁର ସଦର ଥାନା ପୋଲିସ 6 ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଶରତ ଚନ୍ଦ୍ର ସାହୁ, ଟିଙ୍କୁ ଯଉଦା,ନିରଞ୍ଜନ ସୁହୁଲା,ବାଲି ବାଞ୍ଚର, ଦେବାର୍ଚ୍ଚନ ସୁହୁଲା, ବଙ୍ଗାଳି ଖାଁ ବୋଲି ଜଣାପଡିଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା,ଇଟିଭି ଭାରତ
TAGGED:
ସମ୍ବଲପୁର ସଦର ଥାନା