ଓଡିଶା

odisha

ETV Bharat / state

ଅସହାୟ ମହିଳାଙ୍କୁ ସାହା ହେଲେ ମହିଳା ପୋଲିସ ଅଧିକାରୀ - ady police officer

ମାନବିକତା ଦେଖାଇଲେ ମହିଳା ପୋଲିସ ଅଧିକାରୀ । ସଦର ଥାନାର ଏସ ଆଇ ସୋନାଲିଶ ବିଶ୍ବାଳ ନିଜ ଉଦ୍ୟମରେ ଅସହାୟ ମହିଳାଙ୍କୁ ଉଦ୍ଧାର କରିବା ସହ ସ୍ବେଚ୍ଛାସେବୀ ଅନୁଷ୍ଠାନ 'ପରିଚୟ'ର ସଦସ୍ୟଙ୍କୁ ହସ୍ତାନ୍ତର କରିଥିଲେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଅସହାୟ ମହିଳାଙ୍କୁ ସାହା ହେଲେ ମହିଳା ପୋଲିସ ଅଧିକାରୀ
ଅସହାୟ ମହିଳାଙ୍କୁ ସାହା ହେଲେ ମହିଳା ପୋଲିସ ଅଧିକାରୀ

By

Published : Dec 17, 2020, 12:47 PM IST

ସମ୍ବଲପୁର: ମାନବିକତା ଦେଖାଇଲେ ମହିଳା ପୋଲିସ ଅଧିକାରୀ । ସମ୍ବଲପୁରର ସଦର ଥାନା ଅଞ୍ଚଳରେ ଜଣେ ଅସହାୟ ମାନସିକ ବିକାରଗ୍ରସ୍ତ ମହିଳା ଶୀତ କାକରରେ ପଡି ରହିଥିବାବେଳେ ଏହି ଖବର ପାଇ ସମ୍ବଲପୁର ସଦର ଥାନାର ଏସ ଆଇ ସୋନାଲିଶ ବିଶ୍ବାଳ ନିଜ ଉଦ୍ୟମରେ ଅସହାୟ ମହିଳାଙ୍କୁ ଉଦ୍ଧାର କରିବା ସହ ସ୍ବେଛାସେବୀ ଅନୁଷ୍ଠାନ 'ପରିଚୟ' ର ସଦସ୍ୟଙ୍କୁ ହସ୍ତାନ୍ତର କରିଥିଲେ ।

ଅସହାୟ ମହିଳାଙ୍କୁ ସାହା ହେଲେ ମହିଳା ପୋଲିସ ଅଧିକାରୀ
ଅସହାୟ ମହିଳାଙ୍କୁ ସାହା ହେଲେ ମହିଳା ପୋଲିସ ଅଧିକାରୀ

ମହିଳା ଜଣକ 50 ବର୍ଷ ବୟସ୍କ ହୋଇଥବା ଜଣା ପଡୁଥିବା ବେଳେ ତାଙ୍କୁ ସମ୍ବଲପୁର ସଦର ଥାନା ଅନ୍ତର୍ଗତ ସିନ୍ଦୁରପଙ୍କ ଅଞ୍ଚକରୁ ଉଦ୍ଧାର କରାଯାଇଛି । 2 ମାସ ପୂର୍ବେ ଏହି ମହିଳା ଜଣଙ୍କ ପଡ଼ିଆବହାଲ ଅଞ୍ଚଳରେ ଅସହାୟ ଅବସ୍ଥାରେରେ ଘୁରି ବୁଲୁଥିବା ଦେଖିବାକୁ ମିଳିଥିଲେ । ଏହି ଖବର ପାଇ ସଦର ଥାନା ଏସଆଇ ସୋନାଲିଶ ବିଶ୍ବାଳ ଏନେଇ ସ୍ବେଚ୍ଛାସେବୀ ଅନୁଷ୍ଠାନ ପରିଚୟର ସଦସ୍ୟଙ୍କୁ ଅବଗତ କରାଇଥିଲେ । ତେବେ ପରିଚୟ ଅନୁଷ୍ଠାନର ସଦସ୍ୟମାନେ ସେଠାକୁ ପହଂଚୁ ପହଂଚୁ ମହିଳା ଜଣକ କୁଆଡେ ଚାଲିଯାଇଥିଲେ । ତେବେ ପୁଣି ଗତ ବୁଧବାର ସନ୍ଧ୍ୟାରେ ମହିଳା ଜଣକୁ ସିନ୍ଦୁରପଙ୍କ ଛକରେ ଦେଖିବା ପରେ ସଦର ଥାନା ଏସଆଇ ମହିଳା ଜଣଙ୍କୁ ଉଦ୍ଧାର କରି ପରିଚୟ ଅନୁଷ୍ଠାନ ସଦସ୍ୟଙ୍କୁ ହସ୍ତାନ୍ତର କରିଥିଲେ ।

ଏହା ପରେ ଉଦ୍ଧାର ହୋଇଥିବା ମହିଳାଙ୍କୁ ସମ୍ବଲପୁର ଚାରଭାଟି ଅଞ୍ଚଳରେ ଥିବା ଆଶା ନିବାସରେ ରଖାଯାଇଛି । ବର୍ତ୍ତମାନ ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଭିନ୍ନ ବିବାଦୀୟ ଘଟଣା ନେଇ ପୋଲିସର ଭାବମୂର୍ତ୍ତି କଳୁଷିତ ହୋଇଥିବା ବେଳେ କର୍ମଚାପ ଓ କାର୍ଯ୍ୟବ୍ୟସ୍ତତା ଭିତରେ ସମ୍ବଲପୁର ସଦର ଥାନାର ଏସଆଇ ସୋନାଲିଶା ବିଶ୍ବାଳଙ୍କ ଏହି ମାନବିକତାପୂର୍ଣ କାର୍ଯ୍ୟ ପୋଲିସର ଭାବମୂର୍ତ୍ତୀକୁ ନିଶ୍ଚିତ ଭାବେ ସୁଧାରିବ ।

ପୂର୍ବରୁ ମଧ୍ୟ ସେ ଅନେକ ଅସହାୟ ଲୋକଙ୍କୁ ସହାୟତ କରିଥିବାର ସୂଚନା ଦେଇଛନ୍ତି ପରିଚୟ ଅନୁଷ୍ଠାନର ସଦସ୍ୟ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details