ଓଡିଶା

odisha

ETV Bharat / state

ଶିକାରୀ ଗୁଳିରେ ଶିକାରୀର ମୃତ୍ୟୁ ! - ବାରହା ଶିକାର ହେଲା କାଳ

ଶିକାରୀ ଗୁଳିରେ ଶିକାରୀର ମୃତ୍ୟୁ । ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ପଣ୍ଡିବାହାଲ ଗାଁ ନିକଟସ୍ଥ ଜଙ୍ଗଲରେ । ଅଧିକ ପଢ଼ନ୍ତୁ

ଶିକାରୀ ଗୁଳିରେ ଶିକାରୀର ମୃତ୍ୟୁ
ଶିକାରୀ ଗୁଳିରେ ଶିକାରୀର ମୃତ୍ୟୁ

By

Published : Dec 13, 2022, 7:20 PM IST

ସମ୍ବଲପୁର : ଶିକାରୀ ଗୁଳିରେ ଶିକାରୀର ମୃତ୍ୟୁ । ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ପଣ୍ଡିବାହାଲ ଗାଁ ନିକଟସ୍ଥ ଜଙ୍ଗଲରେ । ବାରହା ଶିକାର କରୁଥିବା ବେଳେ ଶିକାରୀ ଗୁଳିରେ ଗଲା ଅନ୍ୟ ଏକ ଶିକାରୀର ଜୀବନ । ମୃତ ଶିକାରୀ ଜଣଙ୍କ ହେଲେ ସିରିଡି ଗାଁର ରାଜେନ୍ଦ୍ର କିଷାନ(ରାଜୁ) । ତେବେ ଏହି ଘଟଣା ଘଟାଇଥିବା ଅଭିଯୁକ୍ତ ଚୂଡ଼ାମଣି ମିର୍ଦ୍ଧାକୁ ପୋଲିସ ନିଜ ହେପାଜତକୁ ନେଇ ଥାନାରେ ଅଟକ ରଖିଛି । ମୃତ ରାଜେନ୍ଦ୍ର ଓ ଅଭିଯୁକ୍ତ ଚୂଡ଼ାମଣି ଉଭୟେ ସମ୍ପର୍କରେ ସଢୁ ବୋଲି ଜଣାପଡ଼ିଛି ।

ସୂଚନାନୁସାରେ ରାଜେନ୍ଦ୍ର ଓ ଚୂଡ଼ାମଣି ଅନ୍ୟ ତିନିଜଣ ସହଯୋଗୀଙ୍କ ସହ ଗତକାଲି(ସୋମବାର) ବିଳମ୍ବିତ ରାତିରେ ଶିକାର ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ଶିକାର ବେଳେ ଚୂଡ଼ାମଣି ବନ୍ଧୁକ ଧରି ଛକି ବସିଥିବା ବେଳେ ସାମନା ପଟୁ ଅନ୍ୟମାନେ ବାରହା ଘଉଡ଼ାଉ ଥିଲେ। କିଟିକିଟି ଅନ୍ଧାର ରାତିରେ ବାରହା ଦୌଡ଼ିଯିବାର ଶବ୍ଦ ଶୁଭିଥିଲା। ଚୁଡ଼ାମଣି ରାଜେନ୍ଦ୍ରକୁ ବାରହା ଭାବି ଶିକାର କରିବା ପାଇଁ ଗୁଳି ଚାଳନା କରିଥିଲେ । ତେବେ ଗୁଳି ସଢୁ ରାଜେନ୍ଦ୍ରଙ୍କ ଦେହରେ ବାଜିଥିଲା ।

ତେବେ ସେହି ସମୟରେ ଅନ୍ଧାର ହୋଇଥିବାରୁ କିଛି ଜଣା ପଡ଼ିନଥିଲା । ତେଣୁ ସମସ୍ତେ ଘରକୁ ଫେରି ଯାଇଥିଲେ । ମାତ୍ର ରାଜେନ୍ଦ୍ର ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ସେହି ସମୟରେ ଜଙ୍ଗଲରେ ରାଜେନ୍ଦ୍ର ମୃତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏନେଇ ପରିବାର ଲୋକେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଆଜି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି l ପ୍ରାପ୍ତ ସୂଚନାନୁସାରେ ୨ ବର୍ଷ ହେଲା ଜମନକିରା ବ୍ଲକ୍ ସିରିଡ଼ ବାସିନ୍ଦା ରାଜେନ୍ଦ୍ର କିଷାନ ଶ୍ୱଶୁର ଘରେ ପଣ୍ଡିବାହାଲ ଗାଁରେ ରହୁଥିଲେ ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details