ଓଡିଶା

odisha

ETV Bharat / state

50 ବର୍ଷର ପେସାକୁ ପ୍ରଣାମ; 32 ଫୁଟ ଫ୍ରକ ପାଇଁ ଚର୍ଚ୍ଚାରେ ଟେଲର ମାଷ୍ଟର - 32 ଫୁଟ ଫ୍ରକ

32 ଫୁଟ ଲମ୍ବା ଏକ ସମ୍ବଲପୁରୀ ଫ୍ରକ ତିଆରି କରିଛନ୍ତି ସମ୍ବଲପୁର ଜିଲ୍ଲା ଗୋବିନ୍ଦତଲାର ଟେଲର ମାଷ୍ଟର ଅନନ୍ତ ମେହେର । ଦରଜୀ ପେସାରେ ତାଙ୍କର 50 ବର୍ଷ ପୁରଣ ଅବସରରେ ଏହି ଫ୍ରକଟିକୁ ତିଆରି କରିଛନ୍ତି ସେ । ସମ୍ବଲପୁରୀ ହସ୍ତତନ୍ତର ପ୍ରଚାର ପ୍ରସାର କରିବା ପାଇଁ ତିଆରି କରିଛନ୍ତି ଏହି ଫ୍ରକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ସମ୍ବଲପୁର

By

Published : Aug 13, 2019, 4:40 PM IST

Updated : Aug 13, 2019, 5:53 PM IST

ସମ୍ବଲପୁର: 32 ଫୁଟ ଲମ୍ବା ଓ 32 ଫୁଟ ଚଉଡା, ଦେଖିଲେ ଆଖି ପାଉନି । ଏମିତି ଏକ ଫ୍ରକ ତିଆରି କରିଛନ୍ତି ସମ୍ବଲପୁର ଜିଲ୍ଲା ଗୋବିନ୍ଦତଲାର 70 ବର୍ଷୀୟ ଟେଲର ମାଷ୍ଟର ଅନନ୍ତ ମେହେର । ଟେଲରିଂ ପେସାରେ 50 ବର୍ଷ ପୁର୍ତ୍ତି ଅବସରରେ ଏହି ଫ୍ରକଟିକୁ ତିଆରି କରିଛନ୍ତି ସେ । ଏହି ଫ୍ରକଟି 32 ଫୁଟ ଉଚ୍ଚ ଓ 32 ଫୁଟ ଚଉଡା ବିଶିଷ୍ଟ । ଆଉ ଏହି ଫ୍ରକ ତିଆରି ପଛରେ ଅନନ୍ତଙ୍କ ଏକମାତ୍ର ଉଦ୍ଦେଶ୍ୟ ହେଉଛି ସମ୍ବଲପୁରୀ ହସ୍ତତନ୍ତର ପ୍ରଚାର ପ୍ରସାର କରିବା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର


ଦୀର୍ଘଦିନ ହେଲା ଅନନ୍ତ ଏହି ପେସାକୁ ନିଜର ପେଟ ପଟଣାର ମାଧ୍ୟମ ଭାବେ ବାଛିଛନ୍ତି । ତେବେ ବର୍ତ୍ତମାନ ସେ ଏହି ଫ୍ରକଟିକୁ ସିଲେଇ କରିବା ପରେ ଚାରିଆଡେ ଚର୍ଚ୍ଚା । ସେ ଓ ତାଙ୍କର କିଛି ସହଯୋଗୀ ମିଶି ତିଆରି କରିଛନ୍ତି ଏହି 32 ଫୁଟ ଉଚ୍ଚତା ବିଶିଷ୍ଟ ଫ୍ରକ । ଯାହାକୁ ପ୍ରଦର୍ଶନ କରିବାକୁ ହେଲେ ତିନି ମହଲା ଉପରକୁ ଯାଇ ଧରିବାକୁ ପଡୁଛି । ଏହାକୁ ତିଆରି କରିବା ପାଇଁ 125 ମିଟର ସମ୍ବଲପୁରୀ କପଡା ବ୍ୟବହୃତ ହୋଇଛି । ଏହାକୁ ତିଆରି କରିବାକୁ 7 ଦିନ ଲାଗିଥିବା ବେଳେ ଏଥିପାଇଁ 50 ହଜାର ଟଙ୍କା ଖର୍ଚ୍ଚ ହୋଇଛି ।


ତେବେ ଏହାକୁ କୌଣସି ରେକର୍ଡ଼ କିମ୍ବା ପ୍ରଶଂସା ପାଇଁ ତିଆରି କରିନାହାନ୍ତି ଏହି ଟେଲର ମାଷ୍ଟର । ସେ ପୂର୍ବରୁ ଭାବିଥିଲେ ଯେ ଯେଉଁଦିନ ତାଙ୍କର ଟେଲରିଂ ପେସା 50 ବର୍ଷରେ ଅବତୀର୍ଣ୍ଣ ହେବ ସେ ଦିନ ଏପରି ଏକ ଫ୍ରକ ତିଆରି କରିବେ । ଆଉ ଦ୍ଵିତୀୟ କଥା ହେଲା ସମ୍ବଲପୁରୀ ହସ୍ତତନ୍ତର ପ୍ରଚାର ପ୍ରସାର ଓ ସମ୍ବଲପୁରୀ ବୁଣାକାର ମାନଙ୍କୁ ବିଶ୍ବ ଦଜରବାରରେ ଏକ ସ୍ବତନ୍ତ୍ର ପରିଚୟ ଦେବା । କିନ୍ତୁ ଅନନ୍ତଙ୍କ ଏହି ଅଜବ ନିଶା ତାଙ୍କୁ ଅଜାଣତରେ ପ୍ରସିଦ୍ଧି ଆଣିଦେଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Aug 13, 2019, 5:53 PM IST

ABOUT THE AUTHOR

...view details