ସମ୍ବଲପୁର: ଶନିବାର ଜିଲ୍ଲାରୁ 83 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ସ୍ଥାନୀୟ ସଂକ୍ରମିତ ଥିବା ବେଳେ 82 ଜଣ ଆକ୍ଟିଭ ସର୍ଭିଲେନ୍ସ ଟିମ ଦ୍ୱାରା ଚିହ୍ନଟ ହୋଇଛନ୍ତି।
ସମ୍ବଲପୁରରୁ 83 କୋରୋନା ଆକ୍ରାନ୍ତ ଚିହ୍ନଟ - sambalpur
ଶନିବାର ସମ୍ବଲପୁର ଜିଲ୍ଲାରୁ 83 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ସ୍ଥାନୀୟ ସଂକ୍ରମିତ ଥିବା ବେଳେ 82 ଜଣ ଆକ୍ଟିଭ ସର୍ଭିଲେନ୍ସ ଟିମ ଦ୍ୱାରା ଚିହ୍ନଟ ହୋଇଛନ୍ତି।
ସମ୍ବଲପୁରରୁ 83 କୋରୋନା ପଜିଟିଭ ଚିହ୍ନଟ
83 ନୂଆ କୋରୋନା ଆକ୍ରାନ୍ତମାନେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳ, ରେଙ୍ଗାଲୀ, ଜମେନକିରା,ରେଢାଖୋଲ ଅଞ୍ଚଳରୁ ରହିଛନ୍ତି । ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି। ସମ୍ବଲପୁର ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 3215 ହୋଇଥିବା ବେଳେ 2439 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ଜିଲ୍ଲାରେ 761 ଆକ୍ଟିଭ କେସ ରହିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ