ଓଡିଶା

odisha

ETV Bharat / state

ସମ୍ବଲପୁରରେ 8 ନୂଆ ମାମଲା ଚିହ୍ନଟ; 6 ପୁରୁଷ, 2 ମହିଳା - ସମ୍ବଲପୁର କୋଭିଡ-19 ହସ୍ପିଟାଲ

ଜିଲ୍ଲାରେ ପୁଣି 8 ନୂଆ ଆକ୍ରାନ୍ତ ଚିହ୍ନଟ । ସଦ୍ୟ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ 6 ଜଣ ପୁରୁଷ ଓ 2ଜଣ ମହିଳା ରହିଥିବା ବେଳେ ସେମାନଙ୍କ ମଧ୍ୟରୁ 7 ଜଣ ରାଜ୍ୟ ବାହାରୁ ଫେରିଥିବା ଜଣା ପଡିଛି ।

corona situation in sambalpur, corona update in sambalpur, sambalpur latest news, sambalpur covid-19 hospital, coronavirus news, ସମ୍ବଲପୁରରେ କୋରୋନା ସ୍ଥିତି, ସମ୍ବଲପୁରରେ କୋରୋନା ଅପଡେଟ, ସମ୍ବଲପୁର ଲାଟେଷ୍ଟ ନ୍ୟୁଜ୍‌, ସମ୍ବଲପୁର କୋଭିଡ-19 ହସ୍ପିଟାଲ, କୋରୋନା ଭାଇରସ ନ୍ୟୁଜ୍‌
ସମ୍ବଲପୁରରେ 8 ନୂଆ ମାମଲା ଚିହ୍ନଟ; 6 ପୁରୁଷ, 2 ମହିଳା

By

Published : Jul 3, 2020, 7:05 PM IST

ସମ୍ବଲପୁର: ଜିଲ୍ଲାରେ ପୁଣି 8 ନୂଆ ଆକ୍ରାନ୍ତ ଚିହ୍ନଟ । ସଦ୍ୟ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ 6 ଜଣ ପୁରୁଷ ଓ 2 ଜଣ ମହିଳା ରହିଥିବା ବେଳେ ସେମାନଙ୍କ ମଧ୍ୟରୁ 7 ଜଣ ରାଜ୍ୟ ବାହାରୁ ଫେରିଥିବା ଜଣା ପଡିଛି । ବଳକା ଜଣେ ଅନ୍ୟ ଜଣଙ୍କ ସଂସ୍ପର୍ଶରେ ଆସି କୋରୋନା ସଂକ୍ରମିତ ହୋଇଥିବା ସୂଚନା ରହିଛି ।

ସୂଚନା ଅନୁଯାୟୀ ଶୁକ୍ରବାର ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ଗୋଆ, ଦିଲ୍ଲୀ, ଝାଡଖଣ୍ଜ, ଛତିଶଗଡ, ଗୁଜୁରାଟ, ମହାରାଷ୍ଟ୍ର, ତାମିଲନାଡୁରୁ ଫେରି ଜିଲ୍ଲାର ସଙ୍ଗରୋଧ କେନ୍ଦ୍ରରେ ରହି ଆସୁଥିଲେ । ଏମାନଙ୍କ ପାଖରେ କୋରୋନାର କୌଣସି ସଂକ୍ରମଣ ନଥିବା ବେଳେ ଶୁକ୍ରବାର ସମସ୍ତଙ୍କୁ କୋଭିଡ-19 ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ସେପଟେ ଚିହ୍ନଟ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଏଥିସହ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା 64ରେ ପହଞ୍ଚିଥିବା ଜଣା ପଡିଛି । ଏମାନଙ୍କ ମଧ୍ୟରୁ 36 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 28ଟି ସକ୍ରିୟ ମାମଲା ରହିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details