ଓଡିଶା

odisha

ETV Bharat / state

ଦେବ ଦମ୍ପତି ବିବାହରେ ଯୋଗଦେବେ 6 ହଜାର କଳାକାର - sitala sasti yatra

ଆଉ କିଛି ଦିନ ପରେ ଆରମ୍ଭ ହେବ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଦେବାଧିଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ଶୁଭ ବିବାହର ସାକ୍ଷୀ ହେବ ସାରା ସମ୍ବଲପୁର ସହର । ତେବେ ଏଥିପାଇଁ ତିନି ପ୍ରମୁଖ ଶୀତଳଷଷ୍ଠୀ କମିଟି ନିଜର ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ଏଥର ଏହି ମହାପାର୍ବଣରେ ରାଜ୍ୟ ତଥା ରାଜ୍ୟ ବାହାରୁ ଯୋଗ ଦେଉଛନ୍ତି ପ୍ରାୟ 6 ହଜାର ଲୋକ କଳାକାର।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : May 31, 2019, 11:32 PM IST

ସମ୍ବଲପୁର: ଆସନ୍ତା ମାସ 3 ତାରିଖରୁ ଆରମ୍ଭ ହୋଇଯିବ ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଥିବାର ଶୀତଳଷଷ୍ଠୀ ଯାତ୍ରା ମିଳିତ ସମନ୍ବୟ ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦିଆଯାଇଛି । ଆସନ୍ତା ଜୁନ 3 ତାରିଖରୁ ଆରମ୍ଭ ହେଉଥିବା ଏହି ଶୀତଲଷଷ୍ଠୀ ଯାତ୍ର ଜୁନ 9 ତାରିଖରେ ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ ସହ ଶେଷ ହେବ।

ଏଥର ଶୀତଳଷଷ୍ଠୀ ଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରର ସର୍ବମୋଟ 6 ହଜାର ଲୋକ କଳାକାର ସାମିଲ ହେବେ ବୋଲି କୁହାଯାଇଛି । ସମ୍ବଲପୁର ନନ୍ଦପଡାର ଵଂ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ଶୀତଳଷଷ୍ଠୀ ଯାତ୍ରାର ପତର ପେଣ୍ଡି ପରମ୍ପରା ଜୁନ 3 ତାରିଖରେ, ଦେବ ନିମନ୍ତ୍ରଣ 4 ତାରିଖରେ ସମ୍ପନ୍ନ ହେବ । ସେପଟେ ସମ୍ବଲପୁରର ଅନ୍ୟତମ ପ୍ରମୁଖ ଶୀତଳଷଷ୍ଠୀ ଯାତ୍ରା କମିଟି ଝାଡୁଆପଡା ଆରଣ୍ୟକ ଲୋକନାଥ ବାବା ଓ ମୁଦିପଡାର ଜାଗେଶ୍ୱର ବାବାଙ୍କ ଶୀତଳ ଷଷ୍ଠୀ ଯାତ୍ରା ସହ ଅନ୍ୟ ସମସ୍ତ ଯାତ୍ରା କମିଟିର ପତରପେଣ୍ଡି ଜୁନ 5 ତାରିଖରେ ଓ ଦେବ ନିମନ୍ତ୍ରଣ ବା ଗୁଆଗୁଣ୍ଡା ଜୁନ 6 ରେ ଅନୁଷ୍ଠିତ ହେବ । ଜୁନ 7 ତାରିଖ ରାତ୍ରିରେ ବରଯାତ୍ରୀ ଶୋଭାଯାତ୍ରା ସହ ସମସ୍ତ ସ୍ଥାନରେ ଦେବ ବିବାହ ସମ୍ପନ୍ନ ହେବ । 8 ତାରିଖ ମଧ୍ୟରାତ୍ରିରୁ ଯୁଗଳ ଦର୍ଶନ ଶୋଭାଯାତ୍ର ଆରମ୍ଭ ହୋଇ 9 ତାରିଖ ଅପରାହ୍ନ 3 ପର୍ଯ୍ୟନ୍ତ ଚାଲିବ। ସନ୍ଧ୍ୟାରେ ଦେବ ଦାମ୍ପତିଙ୍କ ମନ୍ଦିର ପ୍ରବେଶ ସହ ଶୀତଳଷଷ୍ଠୀ ଯାତ୍ରା ଶେଷ ହେବ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏଥର ନନ୍ଦପଡା ଯାତ୍ରାର ବଜେଟ 30 ଲକ୍ଷ ରହିଥିବା ବେଳେ ମୋଟ 1700 ଲୋକ କଳାକାର ରାଜ୍ୟ ତଥା ରାଜ୍ୟ ବାହାରୁ ସାମିଲ ହେବେ। ଏହାସହ ଵଂ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ଯୁଗଳ ଦର୍ଶନ ଶୋଭଯାତ୍ରାରେ 5 ଟି ସଚେତନାତ୍ମକ ପ୍ରଜ୍ଞାପନ ମେଢ଼ ସାମିଲ କରାଯିବ। ସେହିପରି ଲୋକନାଥ ବାବାଙ୍କ ଶୋଭଯାତ୍ରାରେ ମୋଟ 1800 କଳାକାର ଓ ମୁଦିପଡା ଜାଗେଶ୍ୱର ବାବାଙ୍କ ଶୀତଲଷଷ୍ଠୀ ଯାତ୍ରାରେ 1500 କଳାକାର ସାମିଲ ହେବା ନେଇ ସୂଚନା ରହିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details