ଓଡିଶା

odisha

By

Published : Nov 1, 2019, 9:04 PM IST

ETV Bharat / state

ସମ୍ବଲପୁର ମୁଖ୍ୟ ହସ୍ପିଟାଲରେ ପାଣ୍ଡିଆନ

ଆଜି ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟ ଗସ୍ତ କରିଛନ୍ତି 5T  ସଚିବ ଭିକେ ପାଣ୍ଡିଆନ । ମୁଖ୍ୟ ଚିକିତ୍ସାଳୟର ପାଣ୍ଡିଆନ ସନ୍ତୋଷ ଜନକ ପ୍ରତିକ୍ରିୟା ରଖିଥିବା ସମ୍ବଲପୁର ଜିଲ୍ଳାପାଳ କହିଛନ୍ତି।

5T ସଚିବ ପାଣ୍ଡିଆନଙ୍କ ସମ୍ବଲପୁର ଗସ୍ତ

ସମ୍ବଲପୁର: 5T ସଚିବ ଭିକେ ପାଣ୍ଡିଆନ ଆଜି ସମ୍ବଲପୁର ଗସ୍ତ କରିଛନ୍ତି । ସେ ଅପରାହ୍ନ 2.30ରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ହସ୍ପିଟାଲ ପରିଦର୍ଶନ କରିବା ସହ ରୋଗୀଙ୍କ ସହ ସିଧାସଳଖ ଆଲୋଚନା କରି ସୁବିଧା ଅସୁବିଧା ବୁଝିବା ସହ କେତେକ ସୁଧାର ଆଣିବା ପାଇଁ ପରାମର୍ଶ ଦେଇଛନ୍ତି ।

5T ସଚିବ ପାଣ୍ଡିଆନଙ୍କ ସମ୍ବଲପୁର ଗସ୍ତ

ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ପ୍ରଥମେ ଶିଶୁ ଓ ମାତୃ ମଙ୍ଗଳ କେନ୍ଦ୍ରକୁ ଯାଇ ଚାରିଆଡେ ବୁଲିବା ସହ ପ୍ରସୂତି ଓ ସମ୍ପର୍କୀୟଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଅସ୍ତ୍ରୋପଚାର ବିଭାଗ ଓ ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡ ପରିଦର୍ଶନ କରି ଶେଷରେ ନିରାମୟ ଔଷଧ ବିତରଣ କେନ୍ଦ୍ର ବୁଲି ଦେଖିଥିଲେ।

ତାଙ୍କ ସହିତ ସ୍ବାସ୍ଥ୍ୟ ସଚିବ ସୁରେଶ ମହାପାତ୍ର, ଉନ୍ନୟନ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା, ସମ୍ବଲପୁର ଜିଲ୍ଲାପାଳ ଶୁଭମ ଶକସେନା, ସମ୍ବଲପୁର ଏସପି କନୱର ବିଶାଳ ସିଂ, ସିଡିଏମଓ ପଙ୍କଜିନୀ ପଣ୍ଡା ଓ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ସମ୍ବଲପୁର ସରକାରୀ ମୁଖ୍ୟ ଚିକିତ୍ସାଳୟର ପାଣ୍ଡିଆନ ସନ୍ତୋଷ ଜନକ ପ୍ରତିକ୍ରିୟା ରଖିଥିବା ସମ୍ବଲପୁର ଜିଲ୍ଳାପାଳ କହିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details