ସମ୍ବଲପୁର:ଦିନକୁ ଦିନ ବଢ଼ି ଚାଲିଛି ଲୁଟେରାଙ୍କ ଦୌରାତ୍ମ୍ୟ । ଦିନ ଦ୍ବିପ୍ରହରରେ ବନ୍ଧୁକ ମୁନରେ କରୁଛନ୍ତି ଲୁଟ୍ । ଏଭଳି ଏକ ଲୁଟ୍ ଘଟଣା ସମ୍ବଲପୁର ଜିଲ୍ଲା ରେଙ୍ଗାଲିରେ ଚାଞ୍ଚଲ୍ୟ ଖେଳାଇଛି । ଯେଉଁଠି ଦିନ ଦ୍ବିପ୍ରହରରେ ଲୁଟେରା ବନ୍ଧୁକ ମୁନରେ 50 ହଜାର ଟଙ୍କା ଲୁଟ୍ କରିଛନ୍ତି । ରେଙ୍ଗାଲିର ଏକ ଗ୍ରାହକ ସେବା କେନ୍ଦ୍ରର ମାଲିକଙ୍କୁ 2 ଜଣ ଅଜଣା ଯୁବକ ବନ୍ଧୁକ ଦେଖାଇ ଜୀବନରେ ମାରିଦେବାର ଧମକ ଦେଇ ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି ।
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ରେଙ୍ଗାଲି ସହରରେ ବନ୍ଧୁକ ମୁନରେ 50 ହଜାର ଟଙ୍କା ଲୁଟ୍ । ଦିନ ଦ୍ବିପ୍ରହରରେ ବନ୍ଧୁକ ମୁନରେ ହୋଇଛି ଲୁଟ । ଅଚାନକ ଦୁଇ ଜଣ ଯୁବକ ଦୁଇଟି ବନ୍ଧୁକ ଦେଖାଇ SBI ଗ୍ରାହକ ସେବା କେନ୍ଦ୍ରରୁ ଟଙ୍କା ଲୁଟି ନେଇ ଚମ୍ପଟ ମାରିଛନ୍ତି । ସବୁଠୁ ବଡ଼ କଥା ହେଉଛି, ଦିନବେଳା ତାହା ପୁଣି ବନ୍ଧୁକ ଦେଖାଇ ଏହି ଲୁଟ ହୋଇଥିବାରୁ ସ୍ଥାନୀୟ ଲୋକ ଆତଙ୍କିତ ହୋଇଯାଇଛନ୍ତି । ଲୁଟ୍ କରି ସାରି ଲୁଟେରାମାନେ ରେଙ୍ଗାଲିରୁ ଫେରାର୍ ହୋଇଯାଇଛନ୍ତି । ରେଙ୍ଗାଲି ଥାନା ଅତି ନିକଟରେ ହୋଇଥିଲେ ମଧ୍ୟ ଲୁଟେରାମାନେ ଚମ୍ପଟ ମାରିବା ଘଟଣା ଲୋକଙ୍କୁ ଚିନ୍ତାରେ ପକାଇଛି ।