ଓଡିଶା

odisha

ETV Bharat / state

ମହଙ୍ଗା ପଡିଲା ଆନ୍ଦୋଳନ, ଭିସୁଟର 3 ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର ବୁର୍ଲା ଭିସୁଟ 3 ଜଣ ଆନ୍ଦୋଳନରତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ଜଣେ ଅଧ୍ୟାପକଙ୍କୁ ବହିଷ୍କାର କରାଯାଇଥିବା ବେଳେ 2 ଜଣଙ୍କୁ ନିଲମ୍ବିତ କରାଯାଇଛି। ଏହା ସହ 15 ଜଣ ଅଧ୍ୟାପକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ଡିଜାଇନ ଫଟୋ

By

Published : Aug 11, 2019, 4:36 AM IST

ସମ୍ବଲପୁର: ମହଙ୍ଗା ପଡିଲା ଆନ୍ଦୋଳନ । ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବ ବିଦ୍ୟାଳୟ (ଭିସୁଟ) ର ଆନ୍ଦୋଳନରତ 3 ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଜଣେ ଅଧ୍ୟାପକଙ୍କୁ ବହିଷ୍କାର କରାଯାଇଥିବା ବେଳେ 2 ଜଣଙ୍କୁ ନିଲମ୍ବିତ କରାଯାଇଛି ।

ଡ.ପାଣ୍ଡବ ପାତ୍ର ଓ ଡ.ପ୍ରଦୀପ୍ତ ଦାସଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ପ୍ରଫେସର ପୁଷ୍ପରାଜ ଦାସଙ୍କୁ ବହିଷ୍କାର କରାଯାଇଛି। ଏହା ସହ 15 ଜଣ ଅଧ୍ୟାପକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଦୀର୍ଘଦିନ ହେଲା ଏହି ଅଧ୍ୟାପକ ମାନେ କୁଳପତିଙ୍କୁ ହଟାଇବା ଦାବିରେ ଆନ୍ଦୋଳନ କରୁଥିଲେ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ତରଫରୁ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଥିଲା।

ଏପଟେ ଆଗାମୀ ଦିନରେ ସାଧାରଣ ପରିଷଦ ବୈଠକରେ ଆନ୍ଦୋଳନର ରୂପରେଖ କଣ ରହିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ଆନ୍ଦୋଳନ କରୁଥିବା ଅଧ୍ୟାପକ କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details