ସମ୍ବଲପୁର:ଶିକ୍ଷାକୁ ଅଧିକ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଛାତ୍ରଛାତ୍ରୀମାନେ କାଲିର ଭବିଷ୍ୟତ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସରକାରୀ ସ୍କୁଲର ରୂପାନ୍ତରୀକରଣ କାର୍ଯ୍ୟ ଜାରି ରହିଛି । ପିଲାଙ୍କ ପାଇଁ ଇ-କ୍ଲାସରୁମର ବ୍ୟବସ୍ଥା କରାଯାଇଛି । ଆଜି(ବୁଧବାର) ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ । ଗସ୍ତ ସମୟରେ ସମୀର ଦାସ କହିଛନ୍ତି ଡିସେମ୍ବର ପୂର୍ବରୁ ରାଜ୍ୟରେ ୧୬ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯିବ ।
ସ୍ମାର୍ଟ କ୍ଲାସ ରୁମରେ ପାଠପଢିବା ପରେ ପିଲାଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଦେଖିବାକୁ ମିଳିଛି । ସମ୍ବଲପୁର ଲେଡି ଲୁଇସ ବାଳିକା ବିଦ୍ୟାଳୟ ପରିଦର୍ଶନ କରିବା ସହ ଛାତ୍ରୀଙ୍କ ସହ ସେମାନଙ୍କ ପାଠପଢ଼ା ଅସୁବିଧା ନେଇ ପଚାରି ବୁଝିଥିଲେ। ଆସନ୍ତା ତିନି ବର୍ଷ ଭିତରେ ଓଡିଶାର ସମସ୍ତ ସ୍କୁଲକୁ ରୂପାନ୍ତିକରଣ କରାଯିବାର ଲକ୍ଷ୍ୟ ରଖାଯାଇଛି ।