ସମ୍ବଲପୁର: ପୁଣି ସମ୍ବଲପୁରରେ 13 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟିନରେ ଥିଲେ। ରବିବାର ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି।
ଚିହ୍ନଟ ନୂଆ 13 ଆକ୍ରାନ୍ତଙ୍କ ମଧ୍ୟରୁ ନାକଟିଦେଉଳ ଅଞ୍ଚଳର 5, ରେଙ୍ଗାଲୀ ଅଞ୍ଚଳର 4, ମାନେଶ୍ୱର ଅଞ୍ଚଳର ଜଣେ ଓ ମହାନଗର ଅଞ୍ଚଳର 3 ଜଣ ଅଛନ୍ତି । ଏମାନଙ୍କ ନିକଟରେ କୋରୋନାର କୌଣସି ଲକ୍ଷଣ ପରିଲକ୍ଷିତ ହୋଇନଥିଲା। ଏଥିସହ ସମସ୍ତେ ନିକଟରେ ମହାରାଷ୍ଟ୍ର, ଛତିଶଗଡ଼, ଦିଲ୍ଲୀ, ତାମିଲନାଡୁ, କର୍ଣ୍ଣାଟକ, ପଶ୍ଚିମବଙ୍ଗ ରାଜ୍ୟରୁ ଫେରିଥିଲେ।