ଓଡିଶା

odisha

ETV Bharat / state

ଭୂତାଣୁ ଭୟ: ବୁଧବାରଠୁ ଜୁଲାଇ 31 ଯାଏଁ ସମ୍ବଲପୁର ସଟଡାଉନ - କୋରୋନା ଭୟ

ଜିଲ୍ଲାରେ କୋରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ 2ଟି ପର୍ଯ୍ୟାୟ ସଟଡାଉନ ଘୋଷଣା କରାଯାଇଛି । ଜୁଲାଇ 22 ରୁ 31 ଯାଏଁ ଏହି ସଟଡାଉନ ଜାରି ରହିବ । ଅଧିକ ପଢନ୍ତୁ...

କୋରୋନା ଭୟ: ବୁଧବାର ଠାରୁ ଜୁଲାଇ 31 ଯାଏଁ ସମ୍ବଲପୁରରେ 10 ଦିନିଆଁ ସଟଡାଉନ
କୋରୋନା ଭୟ: ବୁଧବାର ଠାରୁ ଜୁଲାଇ 31 ଯାଏଁ ସମ୍ବଲପୁରରେ 10 ଦିନିଆଁ ସଟଡାଉନ

By

Published : Jul 21, 2020, 3:46 PM IST

ସମ୍ବଲପୁର: ଜିଲ୍ଲାରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ । ଯାହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି(ବୁଧବାର) ଠାରୁ 10 ଦିନ ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲାକୁ ସଟଡାଉନ କରାଯାଇଛି । ଏନେଇ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା ସୂଚନା ଦେଇଛନ୍ତି। ଜୁଲାଇ 22 ରୁ 31 ଯାଏଁ ଏହି ସଟଡାଉନ ଜାରି ରହିବ।

ଭୂତାଣୁ ଭୟ: ବୁଧବାରଠୁ ଜୁଲାଇ 31 ଯାଏଁ ସମ୍ବଲପୁର ସଟଡାଉନ

2ଟି ପାର୍ଯ୍ୟାୟରେ ହେବ ଏହି ସଟଡାଉନ । 22 ରୁ 25 ଯାଏଁ ପ୍ରଥମ ପର୍ଯ୍ୟାୟ ସଟଡାଉନ ଓ ଜୁଲାଇ 26 ରୁ 31 ଯାଏଁ ଦ୍ଵିତୀୟ ପର୍ଯ୍ୟାୟ ସଟଡାଉନ ହେବ । ଏହି 10 ଦିନିଆ ସଟଡାଉନ ଭିତରେ ଜିଲ୍ଲା ସରକାରୀ ଓ ଘରୋଇ ପରିବହନ ସମ୍ପୂର୍ଣ୍ଣ ବନ୍ଦ ରହିବ । ହସ୍ପିଟାଲ, କ୍ଲିନିକ, ଔଷଧ ଦୋକାନ, କ୍ଷୀର ଦୋକାନ, ପେଟ୍ରୋଲ ପମ୍ପ ଖୋଲା ରହିବ।

ସମସ୍ତ ସରକାରୀ ଓ ବେସରକାରୀ ଅଫିସ ସହ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଅତ୍ୟାବଶ୍ୟକ ସେବା ବ୍ୟତୀତ ସମସ୍ତ 2 ଚକିଆ ଯାନ ବନ୍ଦ ରହିବ । ତେବେ ରାସ୍ତା କଡରେ ଥିବା ଢାବା ଖୋଲା ରହିବ । ହେଲେ ଢାବାରୁ କେବଳ ପାର୍ସଲ ନେଇ ହେବ । କୋରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଛି । ଏହି 10 ଦିନ ଭିତରେ ଜିଲ୍ଲାର ବିଭିନ୍ନ ସଂକ୍ରମିତ ଅଞ୍ଚଳରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସ୍ୱାବ ନମୁନା ସଂଗ୍ରହ ହେବ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟଭି ଭାରତ

ABOUT THE AUTHOR

...view details