ରାୟଗଡ଼ା: ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ରାଜନୀତି । ଆସନ୍ତା କାଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ରାୟଗଡା ଜିଲ୍ଲା ପରିଷଦରେ ମୋଟ 22 ଜଣ ଜିଲ୍ଲା ପରିଷଦ ସଭ୍ୟ ରହିଥିବା ବେଳେ ଅଧକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ନିଧନ ପରେ ଏବେ ଏହି ଆସନ ଖାଲି ପଡିଛି ।
21 ଜଣିଆ ଜିଲ୍ଲା ପରିଷଦ ସଭ୍ୟ ମଧ୍ୟରୁ ବିଜେଡ଼ି ଖାତାରେ ୭ ଜିଲ୍ଲା ପରିଷଦ ଥିବା ବେଳେ କଂଗ୍ରେସ ପାଖରେ ୧୦ ଏବଂ ବିଜେପି ପାଖରେ ୪ ଜିଲ୍ଲା ପରିଷଦ ସଭ୍ୟ ଅଛନ୍ତି । କଂଗ୍ରେସର ଗତଦିନରେ 3 ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କୁ ଦଳରୁ ନିଲମ୍ବିତ କରିଥିବା ବେଳେ ଗତ ଦୁଇ ଦିନ ତଳେ ନିଲମ୍ବନ ଉଠାଯାଇଛି ।