ରାୟଗଡା: ନିର୍ବାଚନକୁ ଆଉ ଦିନ କେଇଟା ଥିବାବେଳେ ଜେକେ କାଗଜ କଳ ଠିକା ଶ୍ରମିକ ଭୋଟ ବର୍ଜନର ନିଷ୍ପତ୍ତି ନେଇଛନ୍ତି। ଯାହା ନେତା ମାନଙ୍କର ନିଦ ହଜାଇ ଦେଇଛି। ୧୧ ମାସ ଧରି ଠିକା ଶ୍ରମିକ ମାନେ ଅନ୍ଦୋଳନ ଚଳାଇ ଆସୁଥିଲେ ସୁଦ୍ଧାକନସୁଲେସନ ମିଟିଙ୍ଗ ବାହାନାରେ ଦାବିପୂରଣ ପରିବର୍ତ୍ତେ ଦିନ ଗଡେଇ ଚାଲିଥିବା ପ୍ରତିବାଦରେ ଭୋଟବର୍ଜନ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।
ରାୟଗଡା ଜିଲ୍ଳାର ଜେକେପୁର ସ୍ଥିତ ଜେକେ କାଗଜ କଳ କାରଖାନାରେ ପୁଣି ଥରେ ମୁଣ୍ଡ ଟେକୁଛି ଶ୍ରମିକ ଅଶାନ୍ତି। ଏଥର ପ୍ରତିବାଦ ନୁହେଁ ବରଂ ନିଜକୁ ଭୋଟ ଦାନ ଭଳି ସାମ୍ବିଧାନିକ ଅଧିକାରରୁ ଦୂରେଇ ରହିବା ପାଇଁ ନିଷ୍ପତ୍ତି ନେଇଛି ଠିକା ଶ୍ରମିକ ସଙ୍ଘ । ଦାବି ପୂରଣ ନେଇ ଶ୍ରମ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଠିକାଶ୍ରମିକ ସଂଗଠନ ଓ କମ୍ପାନୀ କର୍ତ୍ତୁପକ୍ଷଙ୍କ ମଧ୍ୟରେ କସୁଲେସନ ବୈଠକ ହେବା ପାଇଁ ନିଷ୍ପତି ହୋଇଥିଲେ ସୁଧା ମାସପରେ ମାସ ବିତିବାକୁ ବସିଥିଲେ ମଧ୍ୟ ଏ ଦିଗରେ କେହି ଧ୍ୟାନ ଦେଉନଥିବା ଅଭିଯୋଗ କରିଛି ଶ୍ରମିକ ସଂଗଠନ ।