ଓଡିଶା

odisha

ETV Bharat / state

ଅନଲାଇନ ପରୀକ୍ଷା ଦାବିରେ ମହିଳା ମହାବିଦ୍ୟାଳୟରେ ତାଲା

ରାୟଗଡା ମହିଳା ମହାବିଦ୍ୟାଳୟରେ ଯୁକ୍ତ ତିନି ଚତୁର୍ଥ ସେମିଷ୍ଟାର ପରୀକ୍ଷାକୁ ଅନଲାଇନରେ କରିବା ଦାବିରେ ଆଜି ଶତାଧିକ ଛାତ୍ରୀ କଲେଜ ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି । ଅଧିକ ପଢନ୍ତୁ...

By

Published : Nov 3, 2021, 3:25 PM IST

ଅନଲାଇନ ପରୀକ୍ଷା ଦାବିରେ ମହିଳା ମହାବିଦ୍ୟାଳୟରେ ତାଲା
ଅନଲାଇନ ପରୀକ୍ଷା ଦାବିରେ ମହିଳା ମହାବିଦ୍ୟାଳୟରେ ତାଲା

ରାୟଗଡା: ଅନଲାଇନ ପରୀକ୍ଷା ଦାବିରେ ମହାବିଦ୍ୟାଳୟରେ ତାଲା । ରାୟଗଡା ମହିଳା ମହାବିଦ୍ୟାଳୟରେ ଯୁକ୍ତ ତିନି ଚତୁର୍ଥ ସେମିଷ୍ଟାର ପରୀକ୍ଷାକୁ ଅନଲାଇନରେ କରିବା ଦାବିରେ ଆଜି ଶତାଧିକ ଛାତ୍ରୀ କଲେଜ ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି । କଲେକ ଖୋଲିଥିଲେ ମଧ୍ୟ ଅନେକ ଦିନ ଧରି ଅନଲାଇନ କ୍ଳାସ ହେଉଥିଲା । ଫଳରେ ଛାତ୍ରୀମାନେ ଗଣିତ ଠିକ ଭାବେ ବୁଝି ପାରି ନାହାଁନ୍ତି । ଏହାସାଙ୍ଗକୁ ବର୍ତ୍ତମାନ ପଢାଯାଉଥିବା ପାଠ ସେମାନେ ବୁଝି ପାରୁନଥିବାରୁ ଆଉ କିଛିଦିନ ପରୀକ୍ଷା ଘୁଞ୍ଚାଇ ଦେବାକୁ ଛାତ୍ରୀମାନେ ଦାବି କରିଛନ୍ତି ।

ଅନଲାଇନ ପରୀକ୍ଷା ଦାବିରେ ମହିଳା ମହାବିଦ୍ୟାଳୟରେ ତାଲା

ହେଲେ ସେମାନଙ୍କ ସମସ୍ୟା କେହି ବୁଝୁ ନଥିବାରୁ କଲେଜରେ ତାଲା ପକେଇଥିବା କହିଛନ୍ତି ଛାତ୍ରୀ। ସେପେଟ, ଏନେଇ କଲେଜ କର୍ତ୍ତୃପକ୍ଷ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଛାତ୍ରୀମାନଙ୍କୁ ସମୟ ଦିଆଯିବ । କିନ୍ତୁ ସରକାରଙ୍କ ନିୟମ ମୁତାବକ ଅନଲାଇନରେ ପରୀକ୍ଷା କରାନଯାଇ ଅଫଲାଇନରେ ପରୀକ୍ଷା କରାଯିବା

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details