ଓଡିଶା

odisha

ETV Bharat / state

‘ୱାନ ନେସନ ୱାନ ରାସନ କାର୍ଡ’ ଲାଗୁ ଅପେକ୍ଷାରେ ରାୟଗଡା - ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ

ବର୍ତ୍ତମାନ ରାୟଗଡା ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଦତ୍ତ ଅନ୍ତଦ୍ଵୟ ଯୋଜନାରେ 45,341 ଜଣ ଉପଭୋକ୍ତା ରହିଛନ୍ତି । ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ 2,02 ହଜାର 240 ଜଣ ହିତାଧିକାରୀ ସାମିଲ ହୋଇ ପାରିଛନ୍ତି । ତେବେ ୱାନ ନେସନ ୱାନ ରାସନ କାର୍ଡ ଯୋଜନା ଲାଗୁ ହେଲେ କେତେ ଉପକୃତ ହେବେ ରାୟଗଡା ଜିଲ୍ଲାବାସୀ ? ଅଧିକ ପଢନ୍ତୁ:

when-will-the-one-nation-one-ration-scheme-be-implemented-in-the-country
ଦେଶରେ କେବେଠୁ ଲାଗୁ ହେବ ‘ୱାନ ନେସନ ୱାନ ରାସନ କାର୍ଡ’ ଯୋଜନା

By

Published : Jul 2, 2020, 9:08 PM IST

ରାୟଗଡା: ସାରା ଦେଶରେ ଆରମ୍ଭ ହୋଇଛି ୱାନ ନେସନ ୱାନ ରାସନ କାର୍ଡ ଯୋଜନା । ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ଲୋକଙ୍କ ଖାଦ୍ୟ ସୁରକ୍ଷା ସୁଦୃଢ କରିବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି ।

ଦେଶରେ କେବେଠୁ ଲାଗୁ ହେବ ‘ୱାନ ନେସନ ୱାନ ରାସନ କାର୍ଡ’ ଯୋଜନା

ଫଳରେ କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ଲୋକଙ୍କୁ ଏକକ ଖାଉଟି କାର୍ଡ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି । ଲକ୍ଷ୍ୟ ରହିଛି କୌଣସି ହିତାଧିକାରୀ ଯେପରି ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନରୁ ବାଦ ପଡିବେନି ।

ତେବେ ବର୍ତମାନ ରାୟଗଡା ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଦତ୍ତ ଅନ୍ତଦ୍ଵୟ ଯୋଜନାରେ 45,341 ଜଣ ଉପଭୋକ୍ତା ରହିଛନ୍ତି । ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ 2,02 ହଜାର 240 ଜଣ ହିତାଧିକାରୀ ସାମିଲ ହୋଇ ପାରିଛନ୍ତି । ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ବଳରେ 5,973 ଜଣ ଉପଭୋକ୍ତା ଉପକୃତ ହେଉଛନ୍ତି ।

ତେବେ ଦେଖିବାକୁ ବାକି ରହିଲା ୱାନ ନେସନ ୱାନ ରାସନ ଲାଗୁ ହେବା ଫଳରେ ରାୟଗଡା ଜିଲ୍ଲାରେ କେତେ ମାତ୍ରାରେ ଗରିବ ହିତାଧିକାରୀ ଉପକୃତ ହେଉଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details