ଓଡିଶା

odisha

ETV Bharat / state

କାମରେ ଆସୁନି ସିଲିଟିଗୁଡା ଜଳସେଚନ ପ୍ରକଳ୍ପ, ଖରିଫ ଚାଷ ନେଇ ଚିନ୍ତାରେ ଚାଷୀ - ସିଲିଟିଗୁଡା ଜଳସେଚନ ପ୍ରକ

କାମରେ ଲାଗୁନି ରାୟଗଡା ଜିଲ୍ଳା ସିଲିଟିଗୁଡା ଜଳସେଚନ ପ୍ରଳଳ୍ପ । ରକ୍ଷଣାବେକ୍ଷଣ ଅଭାବ ସାଙ୍ଗକୁ ତଳମୁଣ୍ଡ କେନାଲ ଭାଙ୍ଗିରୁଜି ଯାଇ ପାଣି ନଆସିବାରୁ ପାଣି ଟୋପାଏ ପାଇପାରୁ ନାହାନ୍ତି ଚାଷୀ । ଚାଷବାସ ବନ୍ଦ ହୋଇ ଜମି ପଡିଆ ପଡିଥିବା ଯୋଗୁଁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଶୀଘ୍ର କେନାଲ ମରାମତି କରି ପାଣି ଯୋଗାଇଦେବାକୁ ଦାବି କରିଛନ୍ତି ଚାଷୀ ।

କାମରେ ଆସୁନି ସିଲିଟିଗୁଡା ଜଳସେଚନ ପ୍ରକଳ୍ପ, ଖରିଫ ଚାଷକୁ ନେଇ ଚିନ୍ତାରେ ଚାଷୀ
କାମରେ ଆସୁନି ସିଲିଟିଗୁଡା ଜଳସେଚନ ପ୍ରକଳ୍ପ, ଖରିଫ ଚାଷକୁ ନେଇ ଚିନ୍ତାରେ ଚାଷୀ

By

Published : Aug 22, 2020, 4:36 PM IST

Updated : Aug 22, 2020, 5:11 PM IST

ରାୟଗଡ଼ା: କାମରେ ଲାଗୁନି ରାୟଗଡା ଜିଲ୍ଲା ସିଲିଟିଗୁଡା ଜଳସେଚନ ପ୍ରକଳ୍ପ । ରକ୍ଷଣାବେକ୍ଷଣ ଅଭାବ ସାଙ୍ଗକୁ ତଳମୁଣ୍ଡ କେନାଲ ଭାଙ୍ଗିରୁଜି ଯାଇ ପାଣି ନଆସିବାରୁ ପାଣି ଟୋପାଏ ପାଇପାରୁ ନାହାନ୍ତି ଚାଷୀ । ଚାଷବାସ ବନ୍ଦ ହୋଇ ଜମି ପଡିଆ ପଡିଥିବା ଯୋଗୁଁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଶୀଘ୍ର କେନାଲ ମରାମତି କରି ପାଣି ଯୋଗାଇଦେବାକୁ ଦାବି କରିଛନ୍ତି ଚାଷୀ ।

କାମରେ ଆସୁନି ସିଲିଟିଗୁଡା ଜଳସେଚନ ପ୍ରକଳ୍ପ, ଖରିଫ ଚାଷ ନେଇ ଚିନ୍ତାରେ ଚାଷୀ

ଏହା ହେଉଛି ରାୟଗଡା ସଦର ବ୍ଳକ ସିଲିଟିଗୁଡା ଜଳସେଚନ ପ୍ରକଳ୍ପ । ଡ୍ୟାମରେ ପାଣି ଭରି ରହିଥିଲେ ମଧ୍ୟ ଗୋଟିଏ ଗାଁର ଲୋକଙ୍କୁ ଛାଡିଦେଲେ ବାକି ଗାଁ ଲୋକେ ଜଳସେଚନ ସୁବିଧା ପାଇ ପାରୁ ନାହାନ୍ତି । ଏପରିକି ଡ୍ୟାମ କଡକୁ ଲାଗି ରହିଥିବା ଜମିଗୁଡିକ ମଧ୍ୟ ପାଣି ନମାଡିବାରୁ ଶୁଖିଲା ପଡିଛି । ଦୀର୍ଘଦିନ ଧରି କେନାଲ ଗୁଡିକ ରକ୍ଷଣାବେକ୍ଷଣ ନହେବାରୁ କେତେକ ପୋତି ହୋଇ ପଡିଥିବା ବେଳେ ଅନେକ କେନାଲ ଭାଙ୍ଗିରୁଜି ଯିବାକୁ ବସିଲାଣି ।

କେନାଲରେ ପାଣି ନ ଆସିବା ଯୋଗୁଁ ଚାଷକାମ ହୋଇ ନପାରି ଜମିବାଡି ପଡିଆ ପଡିଛି । ବାରମ୍ବାର ଏନେଇ ପ୍ରଶାସନ ଠାରୁ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନନେବାରୁ ଚାଷୀଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଚାଷୀଙ୍କୁ ଜଳସେଚନର ସୁବିଧା ପାଇଁ ଗତ ୮୯-୯୦ ମସିହାରେ କୋଟି କୋଟି ଟଙ୍କା ବ୍ୟୟରେ ତିଆରି ହୋଇଥିଲା ସିଲିଟିଗୁଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ।

ସିଲିଟିଗୁଡା ଦେବଦଳା, କୁଲଜିଂ, ଖଲିଗୁଡା, ଭାକୁରଗୁଡା ପ୍ରଭୃତି ଗ୍ରାମର ୧୨ ଶହ ହେକ୍ଟର ଚାଷ ଜମିରେ ପାଣି ଯୋଗାଇବା ପାଇଁ ଲକ୍ଷ୍ୟ ରହିଥିଲା । ହେଲେ ଏବେ କେବଳ ଗୋଟିଏ ଦୁଇଟି ଗାଁ ଛାଡିଦେଲେ ତଳମୁଣ୍ଡର ଅନ୍ୟ ଚାଷୀ ଟୋପାଏ ପାଣି ପାଇପାରୁ ନାହାନ୍ତି । ଫଳରେ ଚାଷୀଙ୍କ ମନରେ ଅସନ୍ତୋଷ ଦାନା ବାନ୍ଧୁଛି ।

ଅନ୍ୟପକ୍ଷେ ଖୁବ ଶୀଘ୍ର କେନାଲର ମରାମତି କରାଯିବା ସହ ଏହି ଅଂଚଳର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇ ଦେବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି କ୍ଷୁଦ୍ର ଜଳ ସେଚନ ନିର୍ବାହୀ ଯନ୍ତ୍ରୀ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Aug 22, 2020, 5:11 PM IST

ABOUT THE AUTHOR

...view details