ଓଡିଶା

odisha

ETV Bharat / state

କାନ୍ଥ ପଡି ମା’ ସମେତ ଦୁଇ ଶିଶୁ ଗୁରୁତର

ଲଗାଣ ବର୍ଷାରେ ଭିଜା କାନ୍ଥ ପଡି ମା’ ସମେତ ଦୁଇ ଶିଶୁ ଗୁରୁତର । ଏ ହେଉଛି ସଦର ବ୍ଲକ ଅନ୍ତର୍ଗତ ତାଡମା ପଞ୍ଚୟତ ରଘୁଭଟ୍ଟା ଗାଁର ଘଟଣା ।

By

Published : Aug 11, 2019, 5:47 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା: ଲଗାଣ ବର୍ଷାରେ ଭିଜା କାନ୍ଥ ଭୁଶୁଡି ମା’ ସମେତ ଦୁଇ ଶିଶୁ ଗୁରୁତର ହୋଇଛନ୍ତି । ସଦର ବ୍ଲକ ଅନ୍ତର୍ଗତ ତାଡମା ପଞ୍ଚୟତ ରଘୁଭଟ୍ଟା ଗାଁରେ ଘଟିଛି ଏହି ଘଟଣା । ଏହି ଗାଁର ସୋମନାଥ ଜାକାକାଙ୍କ ସ୍ତ୍ରୀ ଅଲମେ ଜାକାକା ଦିନ ଦ୍ଵିପହରରେ ଦୁଇ ପିଲାଙ୍କୁ ଧରି ଘରେ ଶୋଇଥିବା ସମୟରେ ଅଚାନକ କାନ୍ଥ ଭୁଶୁଡି ପଡିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଫଳରେ କାନ୍ଥ ତଳେ ଚାପି ହୋଇ ଯାଇଥିଲେ ଅଲମେଙ୍କ ସମେତ ଦୁଇ ପୁଅ । ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ରାୟଗଡ଼ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ତେବେ ଆହତ ତିନି ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ଡାକ୍ତର ସୂଚନା ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details