ରାୟଗଡା: ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ ଗତକାଲି ବିଦ୍ୟୁତ ସଂସ୍ପର୍ଶରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 5 ଜଣ ଆହତ ହୋଇଥିଲେ । ଆଜି ମୃତକ ଆଣ୍ଟନି ବିଭାରଙ୍କ ମୃତଦେହ ପହଞ୍ଚିବା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ଚନ୍ଦ୍ରପୁର-ମୁନିଗୁଡା ରାସ୍ତାର ଗେରେଙ୍ଗାଗୁଡାଠାରେ ରାସ୍ତା ଅବରୋଧ ଯୋଗୁଁ ଠପ ହୋଇଛି ଗାଡି ଚଳାଚଳ । ତେବେ ଚନ୍ଦ୍ରପୁର ବ୍ଲକ ପ୍ରଶାସନ ଓ ମୁନିଗୁଡା ଏସ୍ଡିପିଓ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା ଜାରି ରଖିଛନ୍ତି ।
ବିଦ୍ୟୁତ ଆଘାତରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଚନ୍ଦ୍ରପୁର-ମୁନିଗୁଡା ରାସ୍ତା ଅବରୋଧ - demand
ବିଦ୍ୟୁତ ସଂସ୍ପର୍ଶରେ ଜଣଙ୍କର ମୃତ୍ୟୁ ଘଟଣାରେ ଗ୍ରାମବାସୀମାନେ ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବି କରିଛନ୍ତି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ
Last Updated : Jun 17, 2019, 7:01 PM IST