ରାୟଗଡ଼ା:ମଶାଣି ଜମିକୁ ମାଡ଼ି ବସିଛି କମ୍ପାନୀ (company acquired cremation ground in rayagada) । ଅନ୍ତିମ ସଂସ୍କାର ପାଇଁ ଜୀବନକୁ ବାଜି ଲଗାଉଛନ୍ତି ଗ୍ରାମବାସୀ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଦୁଃଖ ସରୁନାହିଁ । କେତେବେଳେ ଅନାହାର ତ ପୁଣି କେତେବେଳେ ହଇଜା ସହ ଲଢି ନିରୀହ ଅଧିବାସୀଙ୍କ ଜୀବନ ଯାଉଛି । ମୃତ୍ୟୁ ପରେ ବି ପିଛା ଛାଡୁନି ବିପତ୍ତି । ଅନ୍ତିମ ସଂସ୍କାର ପାଇଁ ମୃତଦେହକୁ ମିଳୁନି ସ୍ଥାନ । ଏଭଳି ଘଟଣା ଦେଖିବାକୁ ମିଳିଛି ଦିମୁଣ୍ଡି ଅଞ୍ଚଳରେ ।
କାଶୀପୁର ବ୍ଲକ ଅନ୍ତର୍ଗତ ଡିମୁଣ୍ଡି ଗ୍ରାମର ଲୋକଙ୍କ ଜମିରେ ଉତ୍କଳ ଆଲୁମିନାଲ କାରଖାନା (utkal alumina international ltd in rayagada) ଗଢ଼ିଉଠିଛି । ଏବେ ଶ୍ମଶାନ ପାଇଁ ଯେଉଁ ରାସ୍ତା ଥିଲା ତାକୁ ମଧ୍ୟ କବ୍ଜା କରି ପାଚେରୀ ଦେଇଥିବା ଅଭିଯୋଗ ହୋଇଛି । ଏହାଦ୍ବାରା ସେହି ଅଞ୍ଚଳରେ ମୃତଦେହ ଦାହ ପାଇଁ ପ୍ରତିବନ୍ଧକ ଉପୁଜିଛି । ଅନ୍ତିମ ସଂସ୍କାର ପାଇଁ ଲୋକେ ପ୍ରାୟ 4 କିମି ଦୂରକୁ ଯାଉଛନ୍ତି । ବର୍ଷାଦିନ ହେଲେ ବଢୁଛି ସେମାନଙ୍କ ଦୁଃଖ । ବିପଦଜନକ ଭାବେ ନଦୀପାର ହୋଇ ଶେଷକୃତ୍ୟ କାର୍ଯ୍ୟ କରୁଛନ୍ତି (villagers cross flooded river for last rites in rayagada) । ଯାହା ଏ ଚିତ୍ର ଦେଖିଲେ ସ୍ପଷ୍ଟ ଅନୁମାନ ହେଉଛି । ଟିକେ ଅସାବଧାନତା ଯୋଗୁଁ ନଦୀର ପ୍ରଖର ସ୍ରୋତରେ କାରଣ ଜୀବନ ମଧ୍ୟ ଯାଇପାରେ ।