ଓଡିଶା

odisha

ଡଙ୍ଗରିଆଙ୍କୁ କୋରୋନା: 100 ଟପିଲା ପରେ ପଶିଲା ଚେତା, ଆରମ୍ଭ ହେଲା ଟୀକାକରଣ ବ୍ୟବସ୍ଥା

ନିୟମଗିରିରେ ଡଙ୍ଗରିଆ କନ୍ଧଙ୍କ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 100 ଟପିଲା ପରେ ଜିଲ୍ଲା ପ୍ରଶାସନର ଆରମ୍ଭ ହୋଇଛି ଟୀକାକାରଣ ବ୍ୟବସ୍ଥା । ଏବେ ରାୟଗଡା ଜିଲ୍ଲାରେ ଗାଁ ମୁହାଁ ମହାମାରୀ କୋରୋନା । ଅଧିକ ପଢନ୍ତୁ....

By

Published : Jun 1, 2021, 9:25 AM IST

Published : Jun 1, 2021, 9:25 AM IST

ଡଙ୍ଗରିଆଙ୍କୁ କୋରୋନା
ଡଙ୍ଗରିଆଙ୍କୁ କୋରୋନା

ରାୟଗଡା: ନିୟମଗିରିରେ ଡଙ୍ଗରିଆ କନ୍ଧଙ୍କ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 100 ଟପିଲା ପରେ ଜିଲ୍ଲାପ୍ରଶାସନର ଆରମ୍ଭ ହୋଇଛି ଟୀକାକାରଣ ବ୍ୟବସ୍ଥା । ଏବେ ରାୟଗଡା ଜିଲ୍ଲାରେ ଗାଁ ମୁହାଁ ମହାମାରୀ କୋରୋନା । ଧୀରେ ଧୀରେ ରାୟଗଡା ଜିଲ୍ଲା ନିୟମଗିରିରେ ବସବାସ କରୁଥିବା ବିରଳ ଆଦିମ ଜନଜାତି ଡଙ୍ଗରିଆ କନ୍ଧ ଏବେ ମହାମାରୀ କୋରୋନାର ପଞ୍ଝାରେ ।

ଡଙ୍ଗରିଆଙ୍କୁ କୋରୋନା

ପାହାଡ ପର୍ବତ, ପଥର, ଝରଣାକୁ ବିଶ୍ବାସ କରି ବଞ୍ଚିଥିବା ଏହି ସରଳ ବିଶ୍ଵାସୀ ଜନଜାତି ସମ୍ପ୍ରଦାୟର ଲୋକେ ମହାମାରୀ କୋରୋନା ସଂକ୍ରମଣର ଶିକାର ହୋଇଛନ୍ତି । ଗତ ୧୮ ତାରିଖରେ ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ କୁର୍ଲ୍ଲୀ ପଞ୍ଚାୟତର ଗନ୍ଦିଲି ଗ୍ରାମରେ ପ୍ରଥମ ଜଣେ ଡଙ୍ଗରିଆ ଯୁବକ କୋରୋନା ପଜିଟିଭ ଠାବ ହେବା ପରେ ଜିଲ୍ଲା ପ୍ରଶାସନର ନିଦ ଉଡିଯାଇଥିଲା । ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା, ବିଷମ କଟକ, ମୁନିଗୁଡା ଏବଂ କଲ୍ୟାଣସିଂପୁର ବ୍ଲକ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ଏକାଧିକ ଟିମ୍ ନିୟମଗିରିର ବିଭିନ୍ନ ଗ୍ରାମରେ ପହଞ୍ଚି ଲୋକଙ୍କୁ ବୁଝାସୁଝା ପରେ ପ୍ରଥମେ ସ୍ବାବ ନମୁନା ସଂଗ୍ରହ ଏବଂ ପରେ ଟିକା ଦେବାର ବ୍ୟବସ୍ଥା କରାଯାଇଛି ।

ନିୟମଗିରିରେ ଆଜି ସୁଦ୍ଧା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 100 ଟପିଲାଣି । ତେବେ ପ୍ରଶାସନିକ ଅଧିକାରୀ ସହ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ପହଞ୍ଚି ଔଷଧ ବିତରଣ ସହ ଆନୁଷ୍ଠାନିକ ସଙ୍ଗରୋଧରେ ରଖିବାର ବ୍ୟବସ୍ଥା କରାଯାଇଛି । ଏହା ସାଙ୍ଗକୁ ନିୟମଗିରିର ଦୁର୍ଗମ ଅଞ୍ଚଳରେ ପହଞ୍ଚି ଟୀକାକାରଣ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details