ଓଡିଶା

odisha

ETV Bharat / state

ଉତ୍କଳ ଆଲୁମିନା ଯୋଗାଇଲା ଜୀବନ ରକ୍ଷାକାରୀ ଉପକରଣ - ଉତ୍କଳ ଆଲୁମିନା

କୋରୋନା କାଳରେ ରାୟଗଡା ଜିଲ୍ଲାର ଦୋରାଗୁଡାଠାରେ ଥିବା ଉତ୍କଳ ଆଲୁମିନା ଅନେକ ଜନହିତକର କାର୍ଯ୍ୟ କରିଥିବାବେଳେ ଜିଲ୍ଲା ପ୍ରଶାସନକୁ ଜୀବନ ରକ୍ଷାକାରୀ ଉପକରଣ ପ୍ରଦାନ କରିଛି । ଅଧିକ ପଢନ୍ତୁ...

ଉତ୍କଳ ଆଲୁମିନା ଯୋଗାଇଲା ଜୀବନ ରକ୍ଷାକାରୀ ଉପକରଣ
ଉତ୍କଳ ଆଲୁମିନା ଯୋଗାଇଲା ଜୀବନ ରକ୍ଷାକାରୀ ଉପକରଣ

By

Published : May 19, 2021, 10:33 PM IST

ରାୟଗଡା: ଉତ୍କଳ ଆଲୁମିନା ପକ୍ଷରୁ ଜୀବନ ରକ୍ଷାକାରୀ ଉପକରଣ ପ୍ରଦାନ । କୋରୋନା କାଳରେ ରାୟଗଡା ଜିଲ୍ଲାର ଦୋରାଗୁଡାଠାରେ ଥିବା ଉତ୍କଳ ଆଲୁମିନା ଅନେକ ଜନହିତକର କାର୍ଯ୍ୟ କରିଥିବାବେଳେ ଜିଲ୍ଲା ପ୍ରଶାସନକୁ ଜୀବନ ରକ୍ଷାକାରୀ ଉପକରଣ ପ୍ରଦାନ କରିଛି ।

ଉତ୍କଳ ଆଲୁମିନା ଯୋଗାଇଲା ଜୀବନ ରକ୍ଷାକାରୀ ଉପକରଣ

ଜିଲ୍ଲାବାସୀଙ୍କ ସୁରକ୍ଷିତ ସ୍ବାସ୍ଥ୍ୟସେବା ପାଇଁ ଉତ୍କଳ ଆଲୁମିନା ପକ୍ଷରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ 30ଟି ଅମ୍ଲଜାନ ସାନ୍ଦ୍ରକ, 30ଟି ଅମ୍ଲଜାନ ଜୁମ୍ବୋ ସିଲିଣ୍ଡର, 100ଟି ପଲ୍ସ ଅକ୍ସିମିଟର,100ଟି ଥର୍ମାମିଟର ଓ 12ଟି ଶରୀର ତାପମାତ୍ରା ଯନ୍ତ୍ର ପ୍ରଦାନ କରିଛି ।

ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମାଙ୍କ ଉପସ୍ଥିତିରେ ଉତ୍କଳ ଆଲୁମିନାର ୟୁନିଟ୍ ମୁଖ୍ୟ ମଜହର୍ ବେଗ୍ ଏସବୁ ଉପକରଣ ପ୍ରଦାନ କରିଛନ୍ତି । ଏହି ଉପକରଣ ମାଧ୍ୟରେ ଜିଲ୍ଲାବାସୀ ଅଧିକରୁ ଅଧିକ ସ୍ବାସ୍ଥ୍ୟସେବା ପାଇପାରିବେ ବୋଲି ୟୁନିଟ୍ ମୁଖ୍ୟ ମଜହର୍ ବେଗ୍ ପ୍ରକାଶ କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details