ଓଡିଶା

odisha

ETV Bharat / state

ଅଶୁଭ ସୋମବାର, ରାୟଗଡାରେ ଗୋଟିଏ ଦିନରେ 2ଟି ସଡକ ଦୁର୍ଘଟଣା

ଅଶୁଭ ସୋମବାର । ରାୟଗଡା ପାଇଁ ଆଜି ଥିଲା ଦୁର୍ଘଟଣାର ଦିନ । କାରଣ ଗୋଟିଏ ଦିନରେ ଦୁଇ ଦୁଇଟା ସଡକ ଦୁର୍ଘଟଣା ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

By

Published : Apr 15, 2019, 3:07 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ରାୟଗଡା

ରାୟଗଡା: ଅଶୁଭ ସୋମବାର । ରାୟଗଡା ପାଇଁ ଆଜି ଥିଲା ଦୁର୍ଘଟଣାର ଦିନ । କାରଣ ଗୋଟିଏ ଦିନରେ ଦୁଇ ଦୁଇଟା ସଡକ ଦୁର୍ଘଟଣା । ପ୍ରଥମଟି ରାୟଗଡା ଜିଲ୍ଲା ସେସଖାଲ ଥାନା ଅନ୍ତର୍ଗତ ପାରତାପୁର ଘାଟିରେ ଭୋର ସମୟରେ ଘଟିଥିବା ବେଳେ କେରଡା ନିକଟରେ ଭାରସାମ୍ୟ ହରାଇ କୋଇଲା ବୋଝେଇ ଟ୍ରକଟି ଓଲଟି ପଡିଥିଲା । ତେବେ ଏଥିରେ କେହି ଆହତ ହୋଇନଥିବା ବେଳେ ମଝିଘରିଆଣି ମନ୍ଦିର ନିକଟରେ ଟ୍ରକ ଟ୍ରକ ମଧ୍ୟରେ ଧକ୍କା ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ରାୟଗଡା

ସୂଚନା ମୁତାବକ, ପାରତାପୁର ନିକଟରେ ଆଜି ଭୋର ସମୟରେ ବିଶାଖାପାଟଣା ଠାରୁ ରାୟଗଡା ଅଭିମୁଖେ ଏକ କୋଇଲା ବୋଝେଇ ଟ୍ରକ୍ ଆସୁଥିବାବେଳେ ରାୟଗଡା ଠାରୁ ୧୫ କିମି ଦୂରରେ ଥିବା ପାରତାପୁର ଗଡାଣିଠାରେ ଭାରସାମ୍ୟ ହରାଇ ଗଛ ସହିତ ବାଡେଇ ହୋଇଥିଲ। ।

ଡ୍ରାଇଭର ହେଲ୍ପରକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସତ୍ବେ ଡାକ୍ତର ମୃତ ଘୋଷଣ କରିଥିଲେ । ରାୟଗଡରେ ଗାଡି ମାଲିକ ଏବଂ ମୃତକଙ୍କ ପରିବାର ବର୍ଗ ପହଞ୍ଚିଥିବାବେଳେ ସେସଖାଲ ଥାନାରେ ଏକ ମାମଲା ରୁଜୁ ହୋଇଛି । ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବା ନେଇ ସୂଚନା ଦେଇଛନ୍ତି ରାୟଗଡା ଏସଡିପିଓ ତପନ ନାରାୟଣ ରଥ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details