ଓଡିଶା

odisha

By

Published : Apr 24, 2022, 10:55 PM IST

ETV Bharat / state

ନାଗାବଳୀ ନଦୀରେ ଅଘଟଣ: ୨ ନାବାଳକ ବୁଡି ମୃତ

ନାଗାବଳୀ ନଦୀରେ ବୁଡି ଦୁଇ ନାବାଳକ ମୃତ । ଆଜି(ରବିବାର) ସନ୍ଧ୍ୟାରେ ନାଗାବଳୀ ନଦୀରେ ଘଟିଛି ଏହି ଅଘଟଣ । ମୃତ ଦୁଇ ନାବାଳକ ହେଲେ ଆଦିତ୍ୟ ନାଏକ ଓ ଆକାଶ ଚୌଧୁରୀ । ଅଧିକ ପଢନ୍ତୁ

ନାଗାବଳୀ ନଦୀରେ ଅଘଟଣ: ୨ ନାବାଳକ ବୁଡି ମୃତ
ନାଗାବଳୀ ନଦୀରେ ଅଘଟଣ: ୨ ନାବାଳକ ବୁଡି ମୃତ

ରାୟଗଡା: ନାଗାବଳୀ ନଦୀରେ ବୁଡି ଦୁଇ ନାବାଳକ ମୃତ । ଆଜି(ରବିବାର) ସନ୍ଧ୍ୟାରେ ନାଗାବଳୀ ନଦୀରେ ଘଟିଛି ଏହି ଅଘଟଣ । ମୃତ ଦୁଇ ନାବାଳକ ହେଲେ ଆଦିତ୍ୟ ନାଏକ ଓ ଆକାଶ ଚୌଧୁରୀ ।

ତେବେ ଉଭୟଙ୍କ ବୟସ ୧୫ ବର୍ଷ ହୋଇଥିବାବେଳେ ଆଦିତ୍ୟ ଓ ଆକାଶଙ୍କ ଉଦ୍ଧାର କରାଯାଇ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଛି । ଏଠାରେ ଚିକିତ୍ସାଳୟରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ସୂଚନା ଅନୁସାରେ, ସନ୍ଧ୍ୟାରେ ନାଗାବଳୀ ନଦୀକୁ ଦୁଇ ନାବାଳକ ଗାଧୋଇବାକୁ ଯାଇଥିଲେ ।

ନାଗାବଳୀ ନଦୀରେ ଅଘଟଣ: ୨ ନାବାଳକ ବୁଡି ମୃତ

ଗାଧାେଉଥିବା ସମୟରେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ବହୁତ ସମୟ ପରେ ଏହା ଜଣାପଡିବା ପରେ ସାହି ଲୋକ ଓ ପରିବାର ବର୍ଗ ଖୋଜାଖୋଜି କରିଥିଲେ । ଏହାପରେ ସ୍ଥାନୀୟ ଯୁବକମାନେ ନଦୀରେ ଖୋଜାଖୋଜି କରିଥିଲେ ।

ଅନ୍ୟପଟେ କିଛି ସମୟ ପରେ ଉଭୟଙ୍କ ମୃତଦେହ ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସ ଏହି ଘଟଣାରେ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details