ରାୟଗଡା: ଏଠାକାର ଅମ୍ବାଦଳା ଷ୍ଟେସନ ନିକଟରେ ସ୍ବାଭାବିକ ହେଲା ଟ୍ରେନ ଚଳାଚଳ । ଦୀର୍ଘ 36 ଘଣ୍ଟା ପରେ ଗଡିଲା ଟ୍ରେନ । ଲଗାଣ ବର୍ଷା ଯୋଗୁଁ ଷ୍ଟେସନ ନିକଟରେ ଧୋଇ ଯାଇଥିବା ରେଳ ଧାରଣା ମରାମତି ହେବା ପରେ ଧାରଣା ଉପରେ ଟ୍ରେନ ଗଡିଛି।
ଧୋଇଯାଇଥିବା ରେଳ ଧାରଣାର ହେଲା ମରାମତି, ଗଡିଲା ଟ୍ରେନ୍
ଅମ୍ବାଦଳା ଷ୍ଟେସନ ନିକଟରେ ଧୋଇଯାଇଥିବା ରେଳ ଧାରଣାର ହେଲା ମରାମତି । ଦୀର୍ଘ 36 ଘଣ୍ଟା ପରେ ଗଡିଲା ଟ୍ରେନ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡ
ପ୍ରଥମେ ଉକ୍ତ ଧାରଣା ଉପରେ ପରୀକ୍ଷାମୂଳକ ଭାବେ ଏକ ପଥର ବୋଝେଇ ଟ୍ରେନ ଛଡାଯାଇଥିବାବେଳେ ପରେ ଗାନ୍ଧିଧାମ-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ ଉକ୍ତ ଧାରଣାରେ ଗତି କରିଥିଲା। ତେବେ ଦୁଇଟି ଧାରଣା ମଧ୍ୟରୁ କେବଳ ଗୋଟିଏ ଧାରଣାରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିବାରୁ ଆଜି ମଧ୍ୟ ବହୁ ଟ୍ରେନକୁ ବାତିଲ କରାଯାଇଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ