ରାୟଗଡ଼ା: ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ସୋମବାର କାଶିପୁର ବ୍ଳକ ଅନ୍ତର୍ଗତ ଟିକିରି ଠାରେ ଅବସ୍ଥିତ ଉତ୍କଳ ଆଳୁମିନିୟମ କମ୍ପାନୀ ଆନୁକୂଲ୍ୟରେ କାର୍ଯ୍ୟକାରୀ ହେବାକୁ ଥିବା କୋଭିଡ କେୟାର ସେଣ୍ଟର ପରିଦର୍ଶନ କରିଛନ୍ତି। ଇତିମଧ୍ୟରେ ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ଶିଳ୍ପ ସଂସ୍ଥା, ମୁନିସିପାଲଟି, ଅର୍ଦ୍ଧ ସାମରିକ ବାହିନୀ, ରେଲ୍ଵବାଇ, ବଡ଼ବଡ଼ ଶିକ୍ଷା ଅନୁଷ୍ଟାନମାନେ ସେମାନଙ୍କ କର୍ମଚାରୀ ମାନଙ୍କ ଚିକିତ୍ସା ନିମନ୍ତେ ସ୍ଵତନ୍ତ୍ର ଗୋଟିଏ ଲେଖାଏଁ କୋଭିଡ କେୟାର ସେଣ୍ଟର ଖୋଲି ଚିକିତ୍ସା ସୁବିଧା ଯୋଗାଇବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ ।
ରାୟଗଡ଼ାରେ ଖୋଲିବ 3ଟି କୋଭିଡ କେୟାର ସେଣ୍ଟର, ସ୍ଥିତି ପରିଖିଲେ ଜିଲ୍ଳାପାଳ
ରାୟଗଡ଼ା ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ସୋମବାର କାଶିପୁର ବ୍ଳକ ଅନ୍ତର୍ଗତ ଟିକିରି ଠାରେ ଅବସ୍ଥିତ ଉତ୍କଳ ଆଳୁମିନିୟମ କମ୍ପାନୀ ଆନୁକୂଲ୍ୟରେ କାର୍ଯ୍ୟକାରୀ ହେବାକୁ ଥିବା କୋଭିଡ କେୟାର ସେଣ୍ଟର ପରିଦର୍ଶନ କରିଛନ୍ତି।
ତେଣୁ ଉତ୍କଳ ହସ୍ପିଟାଲକୁ କୋଭିଡ କେୟାର ସେଣ୍ଟରରେ ପରିଣତ କରିବା ନିମନ୍ତେ ସାମ୍ଭାବ୍ୟ ବ୍ୟବସ୍ତା ଓ ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ରାୟଗଡାର ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଆଜି ଓଷାପଡା ଉତ୍କଳ ହସ୍ପିଟାଲ ପରିଦର୍ଶନ କରିଥିଲେ। ଜିଲ୍ଲାପାଳ ଜ୍ୱର କ୍ଲିନିକ, ଆଇସିୟୁ., ଓଟି, କ୍ୱାରେଣ୍ଟାଇନ ୱାର୍ଡ ସାଙ୍ଗକୁ ଭେଣ୍ଟିଲେଟର ତଥା ରେସ୍ପିରେଟର ବ୍ୟବସ୍ଥାର ତଦାରଖ କରିଥିଲେ । ଅନ୍ୟ ପକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ଓ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ରାୟଗଡା ପୌରପରିଷଦ ଅଞ୍ଚଳରେ ଏଵଂ ଜେକେ କାଗଜକଳର ଶିଳ୍ପାଞ୍ଚଳରେ ପ୍ରସ୍ତାବିତ ୨୦ ଶଯ୍ୟା ଵିଶିଷ୍ଟ କୋଭିଡ଼ କେୟାର ସେଣ୍ଟର ପରିଦର୍ଶନ କରିଥିଲେ । ପୌରାଞ୍ଚଳରେ ରାୟଗଡ ପୌର ପରିଷଦର ରୋଗୀ ଏଠାରେ ରହି ଚିକିତ୍ସିତ ହେବେ । ସେହିପରି ଜେକେ କାଗଜକଲ ଶିଳ୍ପ ସଂସ୍ଥାର ନିଜ କର୍ମଚାରୀ କମ୍ପାନୀ କୋଭିଡି କ୍ୟାର ସେଣ୍ଟରରେ ଚିକିତ୍ସିତ ହେବେ ବୋଲି ଜଣାପଡିଛି ।
ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ