ଓଡିଶା

odisha

ETV Bharat / state

ବହିପତ୍ର ପୋଡିଲେ, ଛାତ୍ରୀଙ୍କୁ ପରୀକ୍ଷା ନଦେବାକୁ ଧମକ ଦେଲେ - ବହିପତ୍ର ପୋଡିଲେ ଦୁର୍ବୃତ୍ତ

ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ସିଙ୍ଗାପୁର ରୋଡ ଅଞ୍ଚଳରେ ଜଣେ ମେଧାବୀ ଛାତ୍ରୀଙ୍କ ଉପରେ ରାଗ ରଖି କିଛି ଦୁର୍ବୃତ୍ତ ବହିପତ୍ର ପୋଡି ଦେଇଥିବା ଅଭିଯୋଗ ହୋଇଛି।

burn book
ମେଧାବୀ ଛାତ୍ରୀଙ୍କୁ ଧମକ ଅଭିଯୋଗ

By

Published : Jan 19, 2020, 4:54 PM IST

ରାୟଗଡା: ସ୍କୁଲରେ ଭଲ ପାଠ ପଢୁଥିବା ଜଣେ ମେଧାବୀ ଛାତ୍ରୀଙ୍କ ଉପରେ ରାଗ ରଖି କିଛି ଦୁର୍ବୃତ୍ତ ବହିପତ୍ର ପୋଡି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅଧିନସ୍ଥ ସିଙ୍ଗାପୁର ରୋଡ ଅଞ୍ଚଳରେ। ଉକ୍ତ ଛାତ୍ରୀଙ୍କ ନାଁ ପୁଲକ୍ ପ୍ରସାଦ। ସେ ରାୟଗଡାର ଏକ ଘରୋଇ ସ୍କୁଲରେ 10ମ ଶ୍ରେଣୀରେ ପଢନ୍ତି।

ଏନେଇ ହୋଇଥିବା ଅଭିଯୋଗ ଅନୁସାରେ, ସକାଳ ୮ଟା ସମୟରେ ପୁଲକଙ୍କ ବାପା-ମା' ଘରେ ନଥିବାବେଳେ 3ଜଣ ମୁଖାପିନ୍ଧା ଦୁର୍ବୃତ୍ତ ତାଙ୍କ ଘରେ ପଶିଥିଲେ। ସେମାନେ ପୁଲକଙ୍କ ବେକରେ ଛୁରୀ ଲଗାଇ ମାରଧର କରିଥିଲେ। ଏହାପରେ ତାଙ୍କର ସମସ୍ତ ପାଠ୍ୟପୁସ୍ତକ, ଖାତାବହିକୁ ପୋଡି ଦେବା ସହ ଘରେ ଲାଗିଥିବା ସିସିଟିଭି ମଧ୍ୟ ଭାଙ୍ଗି ଦେଇଛନ୍ତି ।

ମେଧାବୀ ଛାତ୍ରୀଙ୍କୁ ଧମକ ଅଭିଯୋଗ

କେବଳ ଏତିକି ନୁହେଁ, ଆସନ୍ତା ମ୍ୟାଟ୍ରିକ ପରୀକ୍ଷା ନଦେବା ସହ ଓଡିଶା ଛାଡି ଚାଲି ଯିବାକୁ କହିଥିଲେ। ଭଲ ପାଠ ପଢୁଥିବାରୁ ଛାତ୍ରୀଙ୍କୁ ଏଭଳି ଟାର୍ଗେଟ୍ କରାଯାଇଥିବା କୁହାଯାଉଛି। ଏନେଇ ପରିବାର ଲୋକେ ଭୟଭୀତ ଅବସ୍ଥାରେ ରହିଥିବା ବେଳେ ଚାନ୍ଦିଲି ଥାନାରେ ଏକ ଲିଖିତ ଏତଲା ଦିଆଯାଇଛି। ଏନେଇ ସମ୍ପୃକ୍ତ ଛାତ୍ରୀ ଅଭିଯୋଗ କରିବା ପରେ, ପୋଲିସ ଏ ଘଟଣାର ତଦନ୍ତ କରୁଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details