ରାୟଗଡ଼ା: ଆଜି ପବିତ୍ର ମାଘ ପୂର୍ଣ୍ଣିମା ବା ଅଗିରା ପୁନେଁଇ ଅବସରରେ ଶ୍ରୀଜୀଉଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେଉଥିବା ବେଳେ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପେଣେକାମ ପଞ୍ଚାୟତ ଅଧିନ ତାମିଙ୍ଗ ଗ୍ରାମ ନିକଟରେ ଆୟୋଜିତ ଗଦଗଦା ଯାତ୍ରାରେ ବହୁ ସମାଗମ ହୋଇଛି।
ଚଳିତ ବର୍ଷ କୋଭିଡ କଟକଣା ରହିଥିଲେ ମଧ୍ୟ ଭକ୍ତଙ୍କ ଭାବାବେଗ ଆଗରେ ହାର ମାନିଛି ସମସ୍ତ ପ୍ରକାର କଟକଣା । ଏହି ଯାତ୍ରା ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ବେଳେ ଏହି ଗୋଟିଏ ଦିନରେ ଏଠାରେ ପଥରଖୋଲ ମଧ୍ୟରେ ପ୍ରଭୁ ନୀଳକଣ୍ଠେଶ୍ବର ପୂଜା ପାଇଥାନ୍ତି । ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ନୀଳକଣ୍ଠେଶ୍ବରଙ୍କ ଏହି ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭଗବାନ ଶିବଙ୍କ ଦର୍ଶନ ଲାଗି ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି ।