ଓଡିଶା

odisha

ETV Bharat / state

ଅଟୋରେ ୨ ପାସେଞ୍ଜର ନେବା ନିଷ୍ପତ୍ତିକୁ ଅଟୋ ସଂଘର ବିରୋଧ

ଅଟୋରେ ୨ ପାସେଞ୍ଜର ନେବା ନିଷ୍ପତ୍ତିକୁ ଅଟୋ ସଂଘର ବିରୋଧ, ଦାବି ପୂରଣ ନ ହେଲେ ରାୟଗଡ଼ାରେ ଅଟୋ ଚଳାଚଳ ବନ୍ଦ ରହିବ । କୋଭିଡ଼୍ ଗାଇଡ୍ ଲାଇନ୍ ଅନୁଯାୟୀ ରାଜ୍ୟ ସରକାର ପ୍ରତି ଅଟୋରେ ୨ ପାସେଞ୍ଜର ପରିବହନ ନିୟମକୁ କଡାକଡି କରିଛନ୍ତି । ଅଧିକ ପଢନ୍ତୁ...

By

Published : Apr 20, 2021, 9:25 PM IST

The auto union is opposed, decision to take two passengers in the auto
ଅଟୋରେ ୨ ପାସେଞ୍ଜର ନେବା ନିଷ୍ପତ୍ତିକୁ ଅଟୋ ସଂଘର ବିରୋଧ

ରାୟଗଡ଼ା: ଅଟୋରେ ୨ ପାସେଞ୍ଜର ନେବା ନିଷ୍ପତ୍ତିକୁ ଅଟୋ ସଂଘର ବିରୋଧ, ଦାବି ପୂରଣ ନ ହେଲେ ରାୟଗଡ଼ାରେ ଅଟୋ ଚଳାଚଳ ବନ୍ଦ ରହିବ । କୋଭିଡ଼୍ ଗାଇଡ୍ ଲାଇନ୍ ଅନୁଯାୟୀ ରାଜ୍ୟ ସରକାର ପ୍ରତି ଅଟୋରେ ୨ ପାସେଞ୍ଜର ପରିବହନ ନିୟମକୁ କଡାକଡି କରିଛନ୍ତି । ତେବେ ଏହାକୁ ତୀବ୍ର ବିରୋଧ କରିଛନ୍ତି ଅଟୋ ଚାଳକ ସଂଘ ।

ଅଟୋରେ ୨ ପାସେଞ୍ଜର ନେବା ନିଷ୍ପତ୍ତିକୁ ଅଟୋ ସଂଘର ବିରୋଧ

ପେଟ୍ରୋଲ,ଡିଜେଲ ଦର ବୃଦ୍ଧି ସାଙ୍ଗକୁ କୋରୋନା ପରିସ୍ଥିତିକୁ ଦେଖି ଆଉ ଅଧିକ ଦର ଗ୍ରାହକଙ୍କ ଉପରେ ଲଦି ପାରିବୁ ନାହିଁ ଫଳରେ ୪ ଜଣ ପାସେଞ୍ଜର ବିନା ରାସ୍ତାରେ ଅଟୋ ଗଡ଼ାଇବା ସମ୍ଭବ ନଥିବା ଅଭିଯୋଗ କରିଛି ଅଟୋ ଚାଳକ ସଂଘ । ଅଟୋ ଚାଳକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ପ୍ରଶାସନ ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ ଆସନ୍ତାକାଲି ଠାରୁ ରାୟଗଡ଼ାରେ ଅଟୋ ଚଳାଚଳ ବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି ।

ଗତ ୧୬ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ପ୍ରତି ଅଟୋରେ ଡ୍ରାଇଭରଙ୍କ ସହ ୨ ପାସେଞ୍ଜରକୁ ନେବା ପାଇଁ ନିର୍ଦେଶ ହୋଇଥିଲା । ପ୍ରତି ଅଟୋରେ ୨ ପାସେଞ୍ଜରଙ୍କୁ ନେଲେ ତୈଳ ଦର, ଗାଡ଼ିର ଲୋନ୍ ଟଙ୍କା, ପରିବହନ ବିଭାଗର ଫିଟନେସ୍, ଟ୍ୟାକ୍ସ, ଇନସ୍ୟୁରାନସ୍ ଦେୟ, ପରିବାର ଭରଣ ପୋଷଣ କରିବା ଅତ୍ୟନ୍ତ କଷ୍ଟକର ହୋଇପଡିବ ବୋଲି ଅଟୋ ଚାଳକ ମାନେ ଜିଲ୍ଲାପାଳଙ୍କ ବୈଠକରେ ପ୍ରତିବାଦ କରିଥିଲେ । କିନ୍ତୁ ରାଜ୍ୟ ସରକାର ଏହି ନିୟମ କରିଥିବାରୁ ଜିଲ୍ଲାସ୍ତରରେ ନିୟମରେ ପରିବର୍ତ୍ତନ କରାଯାଇ ପାରିବ ନାହିଁ ବୋଲି ପ୍ରଶାସନ କହିଥିଲା ।

ତେବେ ପ୍ରଶାସନ ନିୟମରେ ପରିବର୍ତ୍ତନ କରୁନଥିବାରୁ ଆଜି ଅଟୋ ଚାଳକ ସଂଘ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି । ପ୍ରତି ଅଟୋରେ ୪ ପାସେଞ୍ଜର ସହ ରାତି ୯ଟା ପ‌ରେ ଷ୍ଟେସନ, ବସଷ୍ଟାଣ୍ଡ, ହସପିଟାଲକୁ ଯାତାୟାତ ପାଇଁ ଅଟୋ ଚାଳକଙ୍କ କ୍ଷେତ୍ରରେ ନିୟମ କୋହଳ କରିବାକୁ ସଂଘ ଦାବି କରିଛି ।

ରାୟଗଡ଼ା ସହରରେ ୭୦୦ରୁ ଊର୍ଦ୍ଧ୍ବ ଚାଳକ ଅଟୋ ଚଳାଇ ଜୀବିକା ନିର୍ବାହ କରୁଛନ୍ତି । ଗତ ବର୍ଷ କୋଭିଡ଼୍ ସମୟରେ ଲକଡାଉନ୍, ସଟଡାଉନ୍ ଯୋଗୁଁ ଅଟୋ ଚାଳକ ଜୀବିକା ହରାଇ ଦୁର୍ଦ୍ଦିନରେ ଦିନ କାଟିଥିଲେ । ଅନେକ ଥର ଲିଖିତ ଅନୁରୋଧ ପରେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ଅନୁଦାନ ମିଳିଲା ନାହିଁ । ଏଣୁ ଚଳିତ ଥର ନିୟମ‌ରେ କୋହଳ କରିବାକୁ ସଂଘ ନିବେଦନ କରିଛି । ନଚେତ୍ ଅଟୋ ଚଳାଚଳ ବନ୍ଦ ରହିବ ବୋଲି ସଂଘ ଚେତାବନୀ ଦେଇଛି ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details