ରାୟଗଡ଼ା: ଆଦିବାସୀ ଯୁବକ ତଥା ବିଜେଡି ନେତା ଭାଗିରଥୀ ମାଣ୍ଡାଙ୍ଗି ହତ୍ୟାକୁ 10ବର୍ଷ ପୁରି ଯାଇଥିଲେ ମଧ୍ୟ ହତ୍ୟାକାରୀକୁ ବର୍ତ୍ତମାନ ସୁଦ୍ଧା ପୋଲିସ କିମ୍ବା କ୍ରାଇମବ୍ରାଞ୍ଚ ଧରି ପାରୁ ନ ଥିବାରୁ ଆନ୍ଦୋଳନକୁ ଉହ୍ଲାଇଛନ୍ତି ଆଦିବାସୀ ସଂଘ । ସଂଘ ପକ୍ଷରୁ ତୁରନ୍ତ ଦୋଷୀକୁ ଗିରଫ କରିବା ପାଇଁ ଦାବି କରାଯାଇଛି । ଖୁବଶୀଘ୍ର ହତ୍ୟାକାରୀକୁ ଧର ନ ହେଲେ ଜିଲ୍ଲା ସାରା ଆନ୍ଦୋଳନ ହେବ ବୋଲି ଆଦିବାସୀ ନେତାମାନେ ଚେତାବନୀ ଦେଇଛନ୍ତି ।
ଭାଗିରଥୀ ହତ୍ୟାକାଣ୍ଡକୁ 10 ବର୍ଷ, ଏବେ ବି ପୋଲିସ ହାତ ଖାଲି - ରାୟଗଡାର ଭାଗିରଥି ହତ୍ୟାକାଣ୍ଡ
ଭାଗିରଥୀ ମାଣ୍ଡାଙ୍ଗି ହତ୍ୟାକୁ 10ବର୍ଷ ପୁରି ଯାଇଥିଲେ ମଧ୍ୟ ହତ୍ୟାକାରୀକୁ ପାଉନି ପୋଲିସ । ଆଦିବାସୀ ସଂଘର ଆନ୍ଦୋଳନ ଚେତାବନୀ । ପଢନ୍ତୁ ଅଧିକ....
ଭାଗୀରଥୀ ହତ୍ୟାକାଣ୍ଡକୁ 10 ବର୍ଷ , ପୋଲିସ ହାତ ଖାଲି
ଘଟଣାକ୍ରମ ଅନୁସାରେ ଗତ 2010 ମସିହା ଡ଼ିସେମ୍ବର 15 ତାରିଖରେ ମା ମାଝୀଘରିଆଣି ମନ୍ଦିର ନିକଟରୁ ଭାଗିରଥୀ ନିଖୋଜ ହୋଇଯାଇଥିଲେ । ପରେ ଦୁଇ ଦିନ ପରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତ କମୋରୋଡା ନଦୀ ନିକଟରୁ ତାଙ୍କ ମୃତଦେହ ମିଳିଥିଲା । ତେବେ ଭାଗିରଥୀର ହତ୍ୟାକାରୀ କିଏ ବର୍ତ୍ତମାନ ପର୍ଯ୍ୟନ୍ତ ଚିହ୍ନଟ ହୋଇପାରିନାହିଁ । ଆଦିବାସୀ ସଙ୍ଘ ତୁରନ୍ତ ହତ୍ୟାକାରୀକୁ ଗିରଫ କରିବାକୁ ଦାବି କରିବା ସହ ଏସପିଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ