ଓଡିଶା

odisha

ରାୟଗଡ଼ାରେ ପୋଲିସ ଏଫୋଙ୍କ ସନ୍ଦେହଜନକ ମୃତ୍ୟୁ

By ETV Bharat Odisha Team

Published : Dec 18, 2023, 7:20 PM IST

Updated : Dec 18, 2023, 8:11 PM IST

Police FO body found:ଏସପିଙ୍କ ବାସଭବନରେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ ମୃକତ ବି.ହରିଶଙ୍କର ରାଓ । ମୃତ୍ୟୁର କାରଣ ଅସ୍ପଷ୍ଟ ।ଏହି ଘଟଣାରେ ଏସପିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଅଧିକ ପଢନ୍ତୁ

ରାୟଗଡ଼ାରେ ପୋଲିସ ଏଫୋଙ୍କ ସନ୍ଦେହଜନକ ମୃତ୍ୟୁ
ରାୟଗଡ଼ାରେ ପୋଲିସ ଏଫୋଙ୍କ ସନ୍ଦେହଜନକ ମୃତ୍ୟୁ

ରାୟଗଡ଼ାରେ ପୋଲିସ ଏଫୋଙ୍କ ସନ୍ଦେହଜନକ ମୃତ୍ୟୁ

ରାୟଗଡା:ରାୟଗଡ଼ା ରେଳ ଷ୍ଟେସନରୁ ପୋଲିସ ଏଫୋଙ୍କ ସନ୍ଦେହଜନକ ଭାବେ ମୃତଦେହ ଉଦ୍ଧାର । ମୃତକ ଜଣକ ହେଲେ ବି.ହରିଶଙ୍କର ରାଓ । ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ିନା ନାହିଁ । ହରିଶଙ୍କର ରାୟଗଡ଼ା ଏସପିଙ୍କ ବାସଭବନରେ ରୋଷେୟା ଭାବେ କାର୍ଯ୍ୟରତ ଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବ୍ୟବଚ୍ଛେଦ ଗୃହରେ ରଖାଯାଇଛି । ପୋଲିସ ମୃତକଙ୍କ ପରିବାରକୁ କୌଣସି ବ୍ୟକ୍ତିଙ୍କୁ ମିଶିବା ପାଇଁ ଦେଉନାହିଁ । ଫଳର ଅଧିକ ସନ୍ଦେହ ଘନୀଭୂତ ହେଉଛି ।

ସୂଚନା ଯୋଗ୍ୟ ମୃତ ହରିଶଙ୍କର ରାଓ ଗତକାଲି ନିଜ ସଂପର୍କୀୟ ଘରକୁ ଆନ୍ଧ୍ରର ଶ୍ରୀକାକୁଲମକୁ ଯାଇଥିଲେ । ତେବେ ସେ ଟ୍ରେନରେ ଫେରିବା ସମୟରେ ରାୟଗଡା ଷ୍ଟେସନ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ମୃତ ହରିଶଙ୍କର ଦୀର୍ଘ ବର୍ଷ ହେବ ରାୟଗଡା ଏସପିଙ୍କ ବାସଭବନରେ କୁକ୍ ଭାବେ କାର୍ଯ୍ୟ କରୁଥିଲେ । ବର୍ତ୍ତମାନ ମୃତ ଶରୀର ମେଡିକାଲରେ ରହିଥିବାବେଳେ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇନଥିବା ସୂଚନା ମିଳିଛି । ଅନ୍ୟପଟେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ମୃତ ଏଫୋଙ୍କ ବାସଭବନ ସମ୍ମୁଖରେ ସ୍ଥାନୀୟ ଲୋକ ଓ ସଂପର୍କୀୟଙ୍କ ଭିଡ଼ ଲାଗିଛି । ସେ ଗତ କିଛି ଦିନ ଧରି ମାନସିକ ଚାପରେ ଥିବା ଜଣାପଡିଛି । ତେବେ ଏନେଇ ପରିବାର କିମ୍ବା ପୋଲିସ ପକ୍ଷରୁ କୋୖଣସି ସୂଚନା ଦିଆଯାଇ ନାହିଁ ।
ଏହା ମଧ୍ୟ ପଢନ୍ତୁ.....ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ନିର୍ମମ ଭାବେ ହତ୍ୟା, ପୋଖରୀ ହୁଡାରୁ ମୃତଦେହ ଉଦ୍ଧାର

ଏହା ମଧ୍ୟ ପଢନ୍ତୁ....ଆମେରିକାରେ ପ୍ରବାଶୀ ଭାରତୀୟଙ୍କ ଉପରେ ଆକ୍ରମଣ, ଗୁଜୁରାଟ ଯୁବକଙ୍କ ମୃତ୍ୟୁ

ସେହିପରି ଘର ଆଗରେ ସାଧା ପୋଷାକ ଧାରି ପୋଲିସ ମୁତୟନ କରାଯାଇଛି । ଏହାସହ ପୋଲିସ ମୃତକଙ୍କ ପରିବାର ସହିତ କାହାକୁ ମିଳାମିଶା କରିବାକୁ ଦେଉନାହାନ୍ତି । ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଘର ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଉନାହିଁ । ଯାହାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି । ହେଲେ ହରିଶଙ୍କର ରାଓଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରୁନାହିଁ । ଏ ସଂପର୍କରେ ସ୍ଥାନୀୟ ପୋଲିସ କିମ୍ବା ରାୟଗଡା ଏସପି ବିବେକାନନ୍ଦ ଶର୍ମାଙ୍କ ପ୍ରତିକ୍ରିୟା ମିଳିପାରିନି । ଅନ୍ୟପଟେ ଜିଲ୍ଲାରେ ଦିନକୁ ଦିନ ଚୋରି, ଡ଼କାୟତି, ହତ୍ୟା ଇତ୍ୟାଦି ବିଢି ଚାଲିଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ଇଟିଭି ଭାରତ, ରାୟଗଡା

Last Updated : Dec 18, 2023, 8:11 PM IST

ABOUT THE AUTHOR

...view details