ଓଡିଶା

odisha

ETV Bharat / state

ପୋଲିସକୁ ନାହିଁ ଭରସା, ଷ୍ଟ୍ରଙ୍ଗରୁମ ଜଗିଛନ୍ତି ପ୍ରାର୍ଥୀଙ୍କ ସମର୍ଥକ

ଷ୍ଟ୍ରଙ୍ଗରୁମ ଜଗିଛନ୍ତି ରାୟଗଡା ନିର୍ବାଚନ ମଣ୍ଡଳିର ସ୍ୱାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲିଙ୍କ ସମର୍ଥକ । ମକରନ୍ଦଙ୍କ ସମର୍ଥକଙ୍କ ଦ୍ୱାରା ଷ୍ଟ୍ରଙ୍ଗରୁମ ଜଗିବା ଏବେ ଜିଲ୍ଲାରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

By

Published : Apr 30, 2019, 9:39 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା: ପୋଲିସ ଓ ପ୍ରଶାସନ ଉପରେ ଭରସା ପାଉନି । ସେଥିପାଇଁ ଷ୍ଟ୍ରଙ୍ଗରୁମ ଜଗିଛନ୍ତି ପ୍ରାର୍ଥୀଙ୍କ ସମର୍ଥକ । ଏଭଳି ଏକ ଚର୍ଚ୍ଚିତ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ନିର୍ବାଚନ ମଣ୍ଡଳୀରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ସରିଛି ନିର୍ବାଚନ । ଏବେ ସମସ୍ତଙ୍କ ନଜର ମେ ୨୩ ତାରିଖ ଉପରେ। କାରଣ ଏହିଦିନ ହେବ ଭୋଟ ଗଣତି । ତେବେ ଗତ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟରେ ରାୟଗଡା ଜିଲ୍ଲାର ବିଷମକଟକ , ଗୁଣପୁର ଏବଂ ରାୟଗଡ଼ା ତିନୋଟି ନିର୍ବାଚନ ମଣ୍ଡଳିରେ ହୋଇଥିଲା ମତଦାନ । ଭୋଟ ଗ୍ରହଣ ପରଠାରୁ ଇଭିଏମ ଗୁଡ଼ିକୁ କଡା ସୁରକ୍ଷା ମଧ୍ୟରେ ରାୟଗଡ଼ା ନିର୍ବାଚନ ମଣ୍ଡଳିର ରାୟଗା ଜିସିଡି ହାଇସ୍କୁଲ ଏବଂ ଗୁଣପୁର ଓ ବିଷମକଟକ ନିର୍ବାଚନ ମଣ୍ଡଳିର ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅସ୍ଥାୟୀ ଭାବେ ନିର୍ମାଣ ହୋଇଥିବା ଷ୍ଟଙ୍ଗରୁମରେ ରଖାଯାଇଛି ।

ତେବେ ଏହି ଷ୍ଟଙ୍ଗରୁମକୁ ଏବେ ଜଗିଛନ୍ତି ରାୟଗଡା ନିର୍ବାଚନ ମଣ୍ଡଳିର ସ୍ୱାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲିଙ୍କ ସମର୍ଥକ । ସ୍ଥାନୀୟ ଜିଡସିଡି ଉଚ୍ଚ ବିଦ୍ୟାଳୟଠାରେ କରାଯାଇଥିବା ଏହି ଷ୍ଟ୍ରଙ୍ଗରୁମକୁ ଜଗିଛନ୍ତି ସ୍ୱାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲିଙ୍କ ୧୦ ଜଣ ସମର୍ଥକ । ମକରନ୍ଦଙ୍କ ସମର୍ଥକଙ୍କ ଦ୍ୱାରା ଷ୍ଟ୍ରଙ୍ଗରୁମ ଜଗିବା ଏବେ ଜିଲ୍ଲାରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

ବିଗତ ଦୁଇଦିନ ତଳେ ବିଭିନ୍ନ ସାମାଜିକ ଗଣମାଧ୍ୟରେ ଦେଶର କୈଣସି ଏକ ଜାଗାରେ ଷ୍ଟ୍ରଙ୍ଗରୁମରେ ଥିବା ଇଭିଏମକୁ ଟାମ୍ପରିଙ୍ଗ କରିବା ନେଇ ଭିଡିଓ ଭାଇରାଲ ହେବାପରେ ସମାନ ଘଟଣା ଘଟିବା ଆଶଙ୍କା ନେଇ ସ୍ୱାଧିନ ପ୍ରାର୍ଥୀ ମକରନ୍ଦଙ୍କ ସମର୍ଥକ ଷ୍ଟ୍ରଙ୍ଗରୁମ ଆଗରେ ଡେରା ପକାଇଛନ୍ତି । ଯେଉଁ ୭ ଜଣ ଇଭିଏମ ଜଗିଛନ୍ତି ସେମାନେ ହେଲେ କାଶିପୁର ବ୍ଲକ ବଡ଼ମାରିଭଟ୍ଟା ଗାଁର ଧର୍ମେନ୍ଦ୍ର ନାୟକ , ସିନ୍ଦୁରଘାଟି ଗାଁର ସୁମନ୍ତ ଝୋଡ଼ିଆ , ସନ୍ତୋଷ ନାୟକ ,ବିପିନ ନାୟକ , ରାମିବେଡ଼ା ଗାଁର ମୋହନ ମାଝୀ , ରାୟଗଡ଼ା ବ୍ଲକ ମାରିଗୁଡ଼ା ଗାଁର ତ୍ରିନାଥ ତାଡ଼ିଙ୍ଗି ଏବଂ ରାୟଗଡ଼ା ସହରର ରମେଶ ମେଲେକା ।

ସମର୍ଥକଙ୍କ କହିବା ଅନୁସାରେ, ପୁର୍ବରୁ ରାୟଗଡ଼ା ଷ୍ଟ୍ରଙ୍ଗରୁମରେ ବିଭ୍ରାଟ ଦେଖା ଦେଇଥିଲା । ସେଥିପାଇଁ ତାଙ୍କ ସମର୍ଥକଙ୍କ ପାଇଁ ଦିଆଯାଇଥିବା ମତଦାନକୁ ସେମାନେ ଜଗିଛନ୍ତି । ରାଜ୍ୟ ନିର୍ବାଚନ ଅଧିକାରୀ ଓ ଜିଲ୍ଲା ନିର୍ବାଚନ ଅଧିକାରିଙ୍କ ଅନୁମତି ନେଇ ଷ୍ଟ୍ରଙ୍ଗରୁମକୁ ଜଗିଥିବା ସେମାନେ କହିଛନ୍ତି । ସେମାନଙ୍କ ନିକଟରେ ପୋଲିସ ମଧ୍ୟ ମୁତୟନ ରହିଛନ୍ତି ।

ଏତଦ୍ ବ୍ୟତିତ ସେମାନଙ୍କ ପକ୍ଷରୁ ଦୁଇଟି ସିସିଟିଭି କ୍ୟେମେରା ଲଗାଯାଇଛି । ସେମାନେ ଜଗିଥିବା ସ୍ଥାନରେ ଏକ ଲ୍ୟାପଟପ ଜରିଆରେ ଏହାକୁ ପରିଚାଳନା କରାଯାଉଥିବା କହିଛନ୍ତି ସମର୍ଥକ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details