ଓଡିଶା

odisha

ETV Bharat / state

ମୁନିଗୁଡାରେ ବନ୍ଦ ସଫଳ

ନବ ନିର୍ମାଣ କୃଷକ ସଙ୍ଗଠନ ତରଫରୁ ଦିଆଯାଇଥିବା 12ଘଣ୍ଟିଆ ଓଡ଼ିଶା ବନ୍ଦ ମୁନିଗୁଡାରେ ସଫଳ ହୋଇଛି ।

By

Published : Feb 22, 2019, 3:44 PM IST

ଫଟୋ ସୌଜନ୍ୟ: ସମ୍ବଦଦାତା, ରାୟଗଡା

ରାୟଗଡା: ନବ ନିର୍ମାଣ କୃଷକ ସଙ୍ଗଠନ ତରଫରୁ ଦିଆଯାଇଥିବା 12ଘଣ୍ଟିଆ ଓଡ଼ିଶା ବନ୍ଦ ମୁନିଗୁଡାରେ ସଫଳ ହୋଇଛି । ମୁନିଗୁଡାବାସୀ ଏହାକୁ ସ୍ବତବୃତ ଭାବେ ସମର୍ଥନ ଜଣାଇଥିବା ସୂଚନା ମିଳିଛି ।

ସମସ୍ତ ନାଗରିକଙ୍କୁ ସଚେତନ କରାଇବା ସହ ବନ୍ଦକୁ ସଫଳ କରିବା ପାଇଁ ପୂର୍ବଦିନ ସନ୍ଧ୍ୟାରେ ଡାକବାଜି ଦ୍ବାରା ଅନୁରୋଧ କରାଯାଇଥିଲା । ସଂଗଠନର ମୁଖ୍ୟ ବା ମୁନିଗୁଡାର ଟାଣୁଆ ଚାଷୀ ବୁଦ୍ଧିଆ ଗୌଡ଼ଙ୍କ ନେତୃତ୍ୱରେ ଅନେକ ଚାଷୀ ତିନିକୋଣିଆ ଛକରେ ଏକତ୍ରିତ ହୋଇ ପ୍ରାଇଜ, ପେନସନ ଓ ପ୍ରେଷ୍ଟିଜ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶହଶହ ଗାଡି ମୁଖ୍ୟ ସଡକରେ ଅଟକି ରହିଥିବା ବେଳେ ଦୋକାନ ବଜାର ସବୁକୁ ବନ୍ଦ ରଖାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଏହି ଅବସରରେ ଶ୍ରୀ ଗୌଡ଼ କହିଛନ୍ତି କି, କୃଷକ ମାନଙ୍କ ପ୍ରତି ରାଜ୍ୟ ସରକାରଙ୍କର ଦରଦ ନାହିଁ । କାଳିଆ ଯୋଜନା କୃଷକମାନଙ୍କୁ ଭୁଆଁ ବୁଲାଇବାର ଏକ ପ୍ରୟାସ ମାତ୍ର । ଯଦି ସରକାରଙ୍କର କୃଷକଙ୍କ ପ୍ରତି ଦରଦ ଅଛି ସେମାନଙ୍କ ପାଇଁ ଦୀର୍ଘ ମିଆଦୀ ସୂତ୍ରରେ ଉତ୍ପାଦିତ କୃଷି ଜାତ ଦ୍ରବ୍ୟ ର ଉଚିତ ମୂଲ୍ୟ ଦିଆଯାଉ । ଏହା ସହିତ ଚାଷୀଙ୍କୁ ହେୟ ନ ଭାବି ସମ୍ମାନ ଏବଂ ଅନ୍ୟ ବର୍ଗଙ୍କ ଭଳି ଅବସରକାଳୀନ ଚାଷୀଙ୍କୁ ପେନସନ ବ୍ୟବସ୍ତା ଯୋଗାଇ ଦିଅନ୍ତୁ ବୋଲି ସେ କହିଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details