ଓଡିଶା

odisha

ETV Bharat / state

ରାୟଗଡା ଗସ୍ତରେ ସୁବ୍ରତ ବାଗଚୀ: ବୁଲିଲେ ଦକ୍ଷତା ବିକାଶ କେନ୍ଦ୍ର - ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀଙ୍କ ଦୁଇ ଦିନିଆ ରାୟଗଡା ଗସ୍ତରେ ଆସି ବୁଲିଲେ ଦକ୍ଷତା ବିକାଶର ପ୍ରୟୋଗଶାଳା । ଜିଲ୍ଲାରେ କିପରି ଅଧିକରୁ ଅଧିକ ବେକାରୀ ଯୁବକ, ଯୁବତୀଙ୍କୁ ତାଲିମ ମାଧ୍ୟମରେ ନିଯୁକ୍ତିର ସୁଯୋଗ ସୃଷ୍ଟି ପାଇଁ ଉତ୍ସାହିତ କରିଛନ୍ତି । ଅଧିକ ପଢନ୍ତୁ...

subrat bagchi two days visit rayagada
ରାୟଗଡା ଗସ୍ତରେ ଆସି ଦକ୍ଷତା ବିକାଶ କେନ୍ଦ୍ର ବୁଲିଲେ ସୁବ୍ରତ ବାଗଚୀ

By

Published : Feb 3, 2021, 8:51 PM IST

ରାୟଗଡା: ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀଙ୍କ ଦୁଇ ଦିନିଆ ରାୟଗଡା ଗସ୍ତ । ଜିଲ୍ଲାରେ ଚାଲିଥିବା ଦକ୍ଷତା ବିକାଶର ପ୍ରୟୋଗଶାଳା ଗୁଡିକ ବୁଲି ଦେଖିଲେ ସୁବ୍ରତ ବାଗଚୀ ।

ଦୁଇ ଦିନିଆ ରାୟଗଡା ଗସ୍ତରେ ଆସି ସୁବ୍ରତ ବାଗଚୀ ଜିଲ୍ଲାର ବିଭିନ୍ନ ଦକ୍ଷତା ବିକାଶର ପ୍ରୟୋଗଶାଳା ବୁଲି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ମଙ୍ଗଳବାର ରାୟଗଡା ଜିଲ୍ଲା ବିଷମକଟକ ବ୍ଲକରେ ଥିବା ଦକ୍ଷତା ବିକାଶ କେନ୍ଦ୍ରକୁ ଯାଇ ସେଠାରେ ଥିବା ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ । ସେହିଭଳି ବୁଧବାର ଜିଲ୍ଲା ଦକ୍ଷତା ବିକାଶ କମିଟି ତଥା ଜିଲ୍ଲା ପ୍ରଶାସନ ତରଫରୁ ବୃହତ, ମଧ୍ୟମ ଓ ଲଘୁ କର୍ମଶାଳା ଜେ.କେ. ପୁର ଠାରେ ଏକ କର୍ମଶାଳାର ଆୟୋଜନ ହୋଇଥିଲା । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଯୋଗଦେଇଥିଲେ । ଜିଲ୍ଲାରେ କିପରି ଅଧିକରୁ ଅଧିକ ବେକାରୀ ଯୁବକ, ଯୁବତୀଙ୍କୁ ତାଲିମ ମାଧ୍ୟମରେ ନିଯୁକ୍ତିର ସୁଯୋଗ ସୃଷ୍ଟି କରିହେବା ନେଇ ଗୁରତ୍ବାରୋପ କରିଛନ୍ତି ।

ରାୟଗଡା ଗସ୍ତରେ ଆସି ଦକ୍ଷତା ବିକାଶ କେନ୍ଦ୍ର ବୁଲିଲେ ସୁବ୍ରତ ବାଗଚୀ

ଏହା ବ୍ୟତୀତ ଜିଲ୍ଲାରୁ ଅଧିକରୁ ଅଧିକ ପ୍ରଶିକ୍ଷଣ (ଅପରେଣ୍ଟିକ୍ସ) ସୁଯୋଗ ଶିଳ୍ପ ସଂସ୍ଥା ମାଧ୍ୟମରେ ଦିଆଯିବା ସଂଗେ ସଂଗେ ଯୁବତୀ ମାନଙ୍କୁ ଶିଳ୍ପୀ କ୍ଷେତ୍ରରେ ଅଗ୍ରାଧିକାର ଦେବାପାଇଁ ଉତ୍ସାହିତ କରିଥିଲେ । ଏହି କର୍ମଶାଳାରେ ଜିଲ୍ଳାପାଳ ସରୋଜ କୁମାର ମିଶ୍ର, ପୋଲିସ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।

ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ

ABOUT THE AUTHOR

...view details