ଓଡିଶା

odisha

By

Published : May 7, 2021, 7:06 AM IST

ETV Bharat / state

ଆନ୍ଧ୍ର ଫେରନ୍ତା ଚିନ୍ତା, ରାୟଗଡାରେ କଡାକଡି ଚେକିଂ

ଜିଲ୍ଲାରେ କୋରୋନା ସ୍ଥିତିକୁ ଦେଖି ଆନ୍ଧ୍ରପ୍ରଦେଶକୁ ଲାଗି ରହିଥିବା ରାୟଗଡା ଜିଲ୍ଲାର ୪ ଗୋଟି ବ୍ଲକ ରାୟଗଡା ସଦର ବ୍ଲକ, ଗୁଣପୁର, ରାମନାଗୁଡା ଓ କୋଲନରା ବ୍ଲକରେ ୧୫ ଗୋଟି ଚେକିଂ ପଏଟଣ୍ଟ କରାଯାଇଛି । ବିଶେଷ କରି ଆନ୍ଧ୍ରପ୍ରଦେଶ ସୀମାନ୍ତ କେରେଡା ଠାରେ ଯାଞ୍ଚ ପକ୍ରିୟାକୁ କଡାକଡି କରାଯାଇଛି । ଅଧିକ ପଢନ୍ତୁ...

ଆନ୍ଧ୍ର ଫେରନ୍ତାଙ୍କୁ ଓଡ଼ିଶା ମନା
ଆନ୍ଧ୍ର ଫେରନ୍ତାଙ୍କୁ ଓଡ଼ିଶା ମନା

ରାୟଗଡା:ଜିଲ୍ଲାରେ କରୋନା ସ୍ଥିତିକୁ ଦେଖି ଆନ୍ଧ୍ରପ୍ରଦେଶକୁ ଲାଗି ରହିଥିବା ରାୟଗଡା ଜିଲ୍ଲାର ୪ ଗୋଟି ବ୍ଲକ ରାୟଗଡା ସଦର ବ୍ଲକ, ଗୁଣପୁର, ରାମନାଗୁଡା ଓ କୋଲନରା ବ୍ଲକରେ ୧୫ ଗୋଟି ଚେକିଂ ପଏଣ୍ଟ କରାଯାଇଛି । ବିଶେଷ କରି ଆନ୍ଧ୍ରପ୍ରଦେଶ ସୀମାନ୍ତ କେରେଡା ଠାରେ ଯାଞ୍ଚ ପକ୍ରିୟାକୁ କଡାକଡି କରାଯାଇଛି ।

ଆନ୍ଧ୍ର ଫେରନ୍ତାଙ୍କୁ ଓଡ଼ିଶା ମନା

କେରେଡା ଦେଇ ଆନ୍ଧ୍ରପ୍ରଦେଶରୁ ଦୈନିକ ଶହ ଶହ ସଂଖ୍ୟକ ଯାନବାହାନ ଆସୁଥିବାରୁ, ସେହି ଦୃଷ୍ଟିରୁ ଏଠାରେ ଯାଞ୍ଚ ପକ୍ରିୟାକୁ କଡାକଡି କରାଯାଇଛି । ରାୟଗଡା ବ୍ଲକର ମିରାବାଲି ପଞ୍ଚାୟତ ଅନ୍ତର୍ଗତ ସାନ ସାନ୍ଧୁବାଡି, ବୈରାଗିହାଲୁଆ ପଞ୍ଚାୟତ ଅନ୍ତର୍ଗତ ସାନ ଲାକୁଟି, ଗାଜିଗାଁ ପଞ୍ଚାୟତ ଅନ୍ତର୍ଗତ ଜାଙ୍ଗେସୁ, ମିରାବାଲି ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲପାଡୁ, କେରେଡା ପଞ୍ଚାୟତ ଅନ୍ତର୍ଗତ ଏମ୍ଫଲାବାଲସା ଠାରେ ପ୍ରଶାସନ ତରଫରୁ ବୋର୍ଡର ଚେକିଂ ପଏଣ୍ଟ କରାଯାଇଛି ।

ସେହିପରି ଗୁଣପୁର ବ୍ଲକ ଅନ୍ତର୍ଗତ ଗୋଠଳପଦର ଓ ସିଙ୍ଗୁପାଇ ବ୍ୟତୀତ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ଜାଗିଲିସାହି, ଗୋଠଳପଦର ପଞ୍ଚାୟତ ଅନ୍ତର୍ଗତ ଜାଗିରିଗୁଡା, ମୋରମା ପଞ୍ଚାୟତ ଅନ୍ତର୍ଗତ ଜାଗିରିଗୁଡା, କତାଗୁଡା ଓ ଗୁମ୍ମାଗୁଡା ଠାରେ ବୋର୍ଡର ଚେକିଂ ପଏଣ୍ଟ କରାଯାଇଛି । ରାମନାଗୁଡା ବ୍ଲକର କାଟିକି ଚେକିଂ ପଏଣ୍ଟକୁ ସୁଲୁଡିକୁ ସ୍ଥାନାନ୍ତର କରାଯାଇଥିବା ବେଳେ ନୂତନ ଭାବେ ଅଡୁଗୁଡା ପଞ୍ଚାୟତ ଅନ୍ତର୍ଗତ ଅଡମାଗୁଡା ଗ୍ରାମ ଠାରେ ବୋର୍ଡର ଚେକିଂ ପଏଣ୍ଟ ଖୋଲାଯାଇଛି ।

ସେହିପରି କୋଲନାର ବ୍ଲକ ରେଖାପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲୋହରାଗୁଡି ଠାରେ ପ୍ରଶାସନ ତରଫରୁ ବୋର୍ଡର ଚେକିଂ ପଏଣ୍ଟ ଖୋଲାଯାଇଛି । ପଡୋଶୀ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଓଡିଶା ଆସୁଥିବା ପ୍ରବାସୀ ମାନଙ୍କୁ ବାଧ୍ୟତାମୂଳକ ଭାବେ ୧୪ ଦିନ ସଙ୍ଗରୋଧରେ ରଖାଯିବ । ଯେଉଁ ପ୍ରବାସୀ ମାନେ କୋରନାର ଦୁଇଟି ଡୋଜ ନେଇଥିବା ଓ ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର ଟେଷ୍ଟିଂ କରିଥିବେ ସେମାନଙ୍କୁ ୭ ଦିନ ପାଇଁ ସଙ୍ଗରୋଧ କେନ୍ଦ୍ର କିମ୍ବା ଗୃହ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶନାମା ଜାରୀ କରିଛି ଜିଲ୍ଲା ପ୍ରଶାସନ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details