ଓଡିଶା

odisha

By

Published : Feb 21, 2020, 5:02 PM IST

ETV Bharat / state

ଗୁମ୍ଫାରେ ଆସ୍ଥାନ ଜମାଇଛନ୍ତି ମହାଦେବ, ପୂଜକ ସାଜିଛନ୍ତି ଆଦିବାସୀ ସମ୍ପ୍ରଦାୟ

ରାୟଗଡ଼ା ଜିଲ୍ଲାର ପେରି ଗାଁରେ ପ୍ରଚଳିତ ଏକ ନିଆରା ପରମ୍ପରା । ଏଠି ଶିବଙ୍କ ପୂଜକ ଅଟନ୍ତି ଆଦିବାସୀ ସମ୍ପ୍ରଦାୟ । ଅଧିକ ପଢନ୍ତୁ...

ପେରି ଗାଁର ସ୍ବୟଂଭୁ ଶମ୍ଭୁ ଗୁମ୍ପା: ପୂଜକ ଆଦିବାସୀ ସମ୍ପ୍ରଦାୟ
ପେରି ଗାଁର ସ୍ବୟଂଭୁ ଶମ୍ଭୁ ଗୁମ୍ପା: ପୂଜକ ଆଦିବାସୀ ସମ୍ପ୍ରଦାୟ

ରାୟଗଡା: ଏଠାରେ ପ୍ରଚଳିତ ଏକ ନିଆରା ପରମ୍ପରା । ଏଠି ଶିବଙ୍କ ପୂଜକ ଅଟନ୍ତି ଆଦିବାସୀ ସମ୍ପ୍ରଦାୟ । ବ୍ରାହ୍ମଣ ନୁହଁନ୍ତି ବଂର ଶିବଙ୍କୁ ପୂଜା କରନ୍ତି ଆଦିବାସୀ ସମ୍ପ୍ରଦାୟ । କାହିଁ କେଉଁ ଆବହମାନ କାଳରୁ ଏହି ପରମ୍ପରା ଚାଲି ଆସିଛି ରାୟଗଡ଼ା ଜିଲ୍ଲାର ପେରି ଗାଁରେ ।

ପେରି ଗାଁର ସ୍ବୟଂଭୁ ଶମ୍ଭୁ ଗୁମ୍ପା: ପୂଜକ ଆଦିବାସୀ ସମ୍ପ୍ରଦାୟ

ଜିଲ୍ଲା ସଦର ମହକୁମାରୁ ପେରି ଗାଁର ଦୂରତା ୧୨ କିଲୋମିଟର । ହେଲେ ଆଜିମଧ୍ୟ ଏହି ଗାଁ ବିକାଶ ଠାରୁ ଅନେକ ଦୂରରେ । କେଉଁ ଆବାହମାନ କାଳରୁ ସ୍ବୟଂଭୁ ଶମ୍ଭୁ ଏକ ଗୁମ୍ପା ମଧ୍ୟରେ ପୂଜା ପାଇ ଆସୁଛନ୍ତି । ମାତ୍ର ଏହା ଲୋକଲୋଚନକୁ ଆସିପାରୁ ନଥିଲା । ବିଗତ କିଛି ବର୍ଷ ଧରି ଧିରେ ଧିରେ ଏହି ଗୁପ୍ତ ଶୈବ ପିଠ ଲୋକ ଲୋଚନକୁ ଆସିପାରିଛି ।

ଏଠାରେ ପ୍ରକୃତି ତାର ବୁକୁ ଚିରି ଶିବଙ୍କୁ ସଦା ସର୍ବଦା ସ୍ନାନ କରାଇଥାଏ । ଏଭଳି ମନୋରମ ଶୈବ ପୀଠ ରହିଛି ଓଡ଼ିଶା ଆନ୍ଧ୍ର ସୀମାନ୍ତ ପେରି ଗାଁର ଘଞ୍ଚ ଜଙ୍ଗଲ ମଧ୍ୟରେ । ହେଲେ ଏହି ସ୍ଥାନକୁ ରାସ୍ତା ଖଣ୍ଡିଏ ନଥିବା ବେଳେ ଏଭଳି ପବିତ୍ର ପୀଠର ପ୍ରଚାର ପ୍ରସାର ହୋଇପାରୁନାହିଁ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details