ଓଡିଶା

odisha

ETV Bharat / state

ଲଜରେ ଚାଲିଥିଲା ସେକ୍ସ ରାକେଟ, ମାଲିକ ସହ ବନ୍ଧା ହେଲେ ଗ୍ରାହକ ଓ ମ୍ୟାନେଜର

ରାୟଗଡା ଜିଲ୍ଲା ଗୁଣୁପୁରର ଦୁଇଟି ଲଜରେ ଚଢାଉ ହୋଇଛି । ସେକ୍ସ ରାକେଟ ଚଳାଉଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ଲଜରେ ଚାଲିଛି ସେକ୍ସ ରାକେଟ, ମାଲିକ ସହ ବନ୍ଧା ହେଲେ ଗ୍ରାହକ ଓ ମ୍ୟାନେଜର
ଲଜରେ ଚାଲିଛି ସେକ୍ସ ରାକେଟ, ମାଲିକ ସହ ବନ୍ଧା ହେଲେ ଗ୍ରାହକ ଓ ମ୍ୟାନେଜର

By

Published : Aug 30, 2022, 10:04 AM IST

ରାୟଗଡା: ଗୁଣୁପୁରର ଦୁଇଟି ଲଜରେ ଚଢାଉ ହୋଇଛି । ସେକ୍ସ ରାକେଟ ଚଲାଉଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଲଜ ମାଲିକ, ୨ ଜଣ ହୋଟେଲ ମ୍ୟାନେଜର ଓ ଦୁଇ ଜଣ ଗ୍ରାହକ ରହିଛନ୍ତି । ଚଢାଉ ସମୟରେ ପୋଲିସ ୧୦ ହଜାର ଟଙ୍କା, ଦୁଇଟି ମୋବାଇଲ ଓ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଛି । ଗିରଫ ପରେ ପାଞ୍ଚ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସୂଚନା ଅନୁସାରେ, ଗୁଣୁପୁର ଅଞ୍ଚଳରେ ଥିବା 2ଟି ଲଜରେ ସେକ୍ସ ରାକେଟ ଚାଲୁଥିବା ନେଇ ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ପରେ ପୋଲିସ ପୂର୍ବ ଯୋଜନା ମୁତାବକ ଲଜ ଦୁଇଟିରେ ରେଡ ମାରିଥିଲା । ରେଡ ମାରିବା ସମୟରେ ଘଟଣାସ୍ଥଳରୁ ଦୁଇ ରୂପଜୀବୀଙ୍କୁ ଉଦ୍ଧାର କରିବା ସହ ୨ ଗ୍ରାହକଙ୍କୁ ଧରିଥିଲା । ଘଟଣାସ୍ଥଳରୁ ୧୦ ହଜାର ଟଙ୍କା, ଦୁଇଟି ମୋବାଇଲ ଓ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଥିଲା । ଏହାପରେ ଲଜରେ ସେକ୍ସ ରାକେଟ ଚଳାଉଥିବା ଲଜ ମାଲିକଙ୍କ ସହ ୨ ମ୍ୟାନେଜରଙ୍କୁ ମଧ୍ୟ ବାନ୍ଧିଥିଲା । ସେକ୍ସ ରାକେଟ ଚଢାଉ ହେବା ପରେ ଏବେ ନାମିଦାମୀ ଲଜ ମାନଙ୍କ ମନରେ ଛନକା ପଶିଛି । ତେବେ ଏ ଦୁଇଟି ଲଜର ମାଲିକ ହେଉଛନ୍ତି ଦ୍ବିତୀୟ ଆଇଆରବିର ଜଣେ ପୂର୍ବତନ କର୍ମଚାରୀ ପ୍ରଭାକର ସାବତ ।

ଲଜରେ ଚାଲିଛି ସେକ୍ସ ରାକେଟ, ମାଲିକ ସହ ବନ୍ଧା ହେଲେ ଗ୍ରାହକ ଓ ମ୍ୟାନେଜର

ଏହାବି ପଢନ୍ତୁ:ଭଡ଼ାଘରୁ ସେକ୍ସ ରାକେଟ ଠାବ, ଯୁବକ ଯୁବତୀ ଅଟକ

ପ୍ରଭାକର ସାବତ ଗତ ବର୍ଷ ଆର୍ଥିକ ଆତ୍ମସାତ ଏବଂ ଖରାପ ବ୍ୟବହାର ସାଙ୍ଗକୁ ଡେପୁଟି କମାଣ୍ଡେଣ୍ଡ ଦିଲୀପ ମହାପାତ୍ରଙ୍କୁ ମାଡ ମାରିବା ଅଭିଯୋଗରେ କାର୍ଯ୍ୟରୁ ବରଖାସ୍ତ ହୋଇଥିଲେ । ଅଭିଯୁକ୍ତ ପ୍ରଭାକର ଚାକିରି କାଳରେ ଗୁଣୁପୁରରେ ଏକ ଲଜ୍‌ ଚଳାଉଥିବା ବେଳେ ଚାକିରି ପରେ ସେ ଏଠି ସେକ୍ସ ରାକେଟ ଚଳାଇବା ଆରମ୍ଭ କରିଥିଲେ ବୋଲି ଅଭିଯୋଗ ହୋଇଛି । ତାଙ୍କ ଲଜରେ ଦେହ ବ୍ୟବସାୟ ଚାଲୁଥିବା ନେଇ ପୋଲିସ ସୁରାକ ପାଇବା ପରେ ହଠାତ ରାତିଅଧିଆ ଚଢ଼ାଉ କରିଥିଲା । ଏହାସହ ଅଭିଯୁକ୍ତ ପ୍ରଭାକରଙ୍କ ସହ ତାଙ୍କ ବାପାଙ୍କ ଆଉ ଦୁଇ ଜଣ ଗ୍ରାହକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ, ପ୍ରଭାକର ଜଣେ ସେନା ଅଧିକାରୀ ହୋଇ କିଭଳି ନିଜ ଲଜରେ ଏପରି କାର୍ଯ୍ୟ ଚଳାଉ ଥିଲେ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିିଭିନ୍ନ ମହଲରେ ଦାବି କରାଯାଇଛି ।

ଇଟିଭି ଭାରତ,ରାୟଗଡା

ABOUT THE AUTHOR

...view details