ଓଡିଶା

odisha

ETV Bharat / state

ରାୟଗଡାର ସାତଟି ସ୍କୁଲକୁ ମିଳିବ ସ୍ମାର୍ଟ ସ୍କୁଲ ମାନ୍ୟତା

ରାୟଗଡା ଜିଲ୍ଲାର ୭ଟି ଉଚ୍ଚ ବିଦ୍ୟାଳୟ ୫ଟି ଅଧୀନରେ ରୂପାନ୍ତରଣ ହେବାକୁ ଯାଉଛି । ଏହା ସହିତ ୭ଟି ସ୍କୁଲକୁ ସ୍ମାର୍ଚ ସିଟି ମାନ୍ୟତା ମିଳିିଛି । ଅଧିକ ପଢନ୍ତୁ...

By

Published : Aug 6, 2021, 10:47 AM IST

ରାୟଗଡା ଜିଲ୍ଲାରେ ସାତଟି ସ୍କୁଲକୁ ମିଳିବ ସ୍ମାର୍ଟ ସ୍କୁଲର ମାନ୍ୟତା
ରାୟଗଡା ଜିଲ୍ଲାରେ ସାତଟି ସ୍କୁଲକୁ ମିଳିବ ସ୍ମାର୍ଟ ସ୍କୁଲର ମାନ୍ୟତା

ରାୟଗଡା: ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ସାତଟି ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲର ମାନ୍ୟତା ପାଇବାକୁ ଯାଉଛି । ରାୟଗଡା ଜିଲ୍ଲାର ୭ଟି ଉଚ୍ଚ ବିଦ୍ୟାଳୟ ୫ଟି ଅଧୀନରେ ରୂପାନ୍ତରଣ ହେବାକୁ ଯାଉଛି । ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଜିଲ୍ଲାର କେତୋଟି ପ୍ରମୁଖ ବିଦ୍ୟାଳୟ ଗୁଡିକ ଚୟନ କରି ତାହାର ନବୀକରଣ କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି।

ରାୟଗଡା ଜିଲ୍ଲାରେ ସାତଟି ସ୍କୁଲକୁ ମିଳିବ ସ୍ମାର୍ଟ ସ୍କୁଲର ମାନ୍ୟତା

ରାୟଗଡା ସହରର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିଦର୍ଶନ କରି କାର୍ଯ୍ୟକ୍ରମ ଅନୁଧ୍ୟାନ କରିବା ପରେ ରାୟଗଡା ବ୍ଲକ ଅନ୍ତର୍ଗତ କୁମୁତୁଲପେଟାରେ ପ୍ରତିଷ୍ଠିତ ଉଗ୍ରତାର ବିଦ୍ୟାଳୟ ପରିଦର୍ଶନ କରିଥିଲେ ଜିଲ୍ଲାପାଳ । ପରେ କଲ୍ୟାଣସିଂପୁର ବ୍ଲକର ଶିକାରପାଇ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ସରକାରଙ୍କ 5ଟି ବିଭାଗ ଅଧୀନରେ ଉନ୍ନତିକରଣ ନିମନ୍ତେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ବିଦ୍ୟାଳୟ କର୍ତ୍ତୃପକ୍ଷ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ, ସରପଞ୍ଚ, ବିଦ୍ୟାଳୟ ସଭାପତିଙ୍କ ସହିତ ଆଲୋଚନା କରିଥିଲେ ।

ବିଶେଷ କରି ବିଜ୍ଞାନ ଗାର, ପାଠାଗାର, ଶ୍ରେଣୀ ଗୃହ,ପିଇବା ପାଣିର ବ୍ୟବସ୍ଥା, ସାନିଟାଇଜର ବ୍ୟବସ୍ଥା, ବିଦ୍ୟୁତ, ଖେଳପଡ଼ିଆ, ବଗିଚା, ବିଦ୍ୟାଳୟର ସ୍ବାଚ୍ଛତା ପରିଛନ୍ନତା, ଛାତ୍ରଛାତ୍ରୀମାନଙ୍କ ବସିବା ବ୍ୟବସ୍ଥା ଉପରେ ଗୁରୁତ୍ଵ ଦିଆଯାଇଛି । ବିଦ୍ୟାଳୟ ମାନଙ୍କରେ ନୂତନ ଭାବେ ସ୍ମାର୍ଟ କ୍ଲାସ କେଉଁଠି ହେବ, ଇ -ପାଠାଗାର ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଶିକ୍ଷଣୀୟ ବ୍ୟବସ୍ଥା କେଉଁଠି କରାଯିବ ସେନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ଜିଲ୍ଲାପାଳ । ଏହି ସମସ୍ତ ନିର୍ମାଣ କାର୍ଯ୍ୟ ଆସନ୍ତା ଅକ୍ଟୋବର ସୁଦ୍ଧା ସାରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ

ABOUT THE AUTHOR

...view details