ରାୟଗଡ଼ା:୮ ବର୍ଷ ପରେ ରାଜ୍ୟରେ ଅନୁଷ୍ଠିତ ହେଉଛି ପୌର ନିର୍ବାଚନ । ଗତ ପୌର ନିର୍ବାଚନ ସମୟରେ ଡାଳ କୁଡ଼ିଆ ତଳେ ଭୋଟ ମତଦାନ କରିଥିଲେ । ହେଲେ ଏଥର ମତଦାନ ପ୍ରତି ଭୋଟରଙ୍କୁ ଆକ୍ରୁଷ୍ଟ କରିବା ପାଇଁ ନିର୍ବାଚନ କମିଶନ ନୂଆ ନୂଆ ପଦକ୍ଷେପ ନେଇଥିଲେ । ଚଳିତ ବର୍ଷ ପିଙ୍କ୍ବୁଥ୍ ପାଲଟିଛି ମହିଳାଙ୍କ ପାଇଁ ଆକର୍ଷଣର କେନ୍ଦ୍ର । ଖାଲି ସେତିକି ନୁହେଁ, ମତଦାନ କେନ୍ଦ୍ରରେ ସେଲ୍ଫି ଜୋନ୍ ମଧ୍ୟ ରଖାଯାଇଥିଲା ।
ଭୋଟରଙ୍କୁ ଆକ୍ରୁଷ୍ଟ କରିବା ସହ ମତଦାନ ସଂଖ୍ୟା ବୃଦ୍ଧି କରିବାକୁ ହିଁ ଏହି ସବୁ ପଦକ୍ଷେପ ନିଆଯାଇଥିଲା । ଏଭଳି ପଦକ୍ଷେପ ଭୋଟିଂ ପ୍ରତିଶତ ବୃଦ୍ଧି କରିବାରେ ବେଶ ସହାୟକ ହୋଇଛି । ଜିଲ୍ଲାରେ ମୋଟ ୬ଟି ପିଙ୍କ୍ ବୁଥ୍ ବ୍ୟବସ୍ଥା କରାଯାଇଥିଲା । ମହିଳା କର୍ମଚାରୀଙ୍କୁ ନେଇ ରାୟଗଡା ସରକାରୀ ମହିଳା ବିଦ୍ୟାଳୟରେ ୩ଟି ପିଙ୍କ୍ ବୁଥ ଗଠନ ହୋଇଥିବାବେଳେ ଗୁଣୁପୁରରେ 2ଟି ଓ ଗୁଡ଼ାରିରେ ଗୋଟିଏ ପିଙ୍କ ବୁଥ କରାଯାଇଥିଲା ।